ବଲିଉଡ୍‌ ସୁପର୍‌ଷ୍ଟାର୍‌ମାନେ ପଢ଼ିଲେ ଗାନ୍ଧିଙ୍କ ବାର୍ତ୍ତା: ଭିଡିଓ ଶେଆର୍ କଲେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 19, 2019

ବଲିଉଡ୍‌ ସୁପର୍‌ଷ୍ଟାର୍‌ମାନେ ପଢ଼ିଲେ ଗାନ୍ଧିଙ୍କ ବାର୍ତ୍ତା: ଭିଡିଓ ଶେଆର୍ କଲେ ମୋଦି

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଲ୍ମ ଜଗତର ଅନେକ କଳାକାରଙ୍କୁ ଭେଟିଥିଲେ। ଶାହାରୁଖ ଖାନ୍, ଆମୀର ଖାନ୍‌ ଓ କଙ୍ଗନା ରାଣାୱତଙ୍କ ସମେତ ବଲିଉଡର ଅନେକ ବଡ଼ ବଡ଼ କଳାକାର ଏଥିରେ ସାମିଲ ହୋଇଥିଲେ। #ChangeWithin ଅନ୍ତର୍ଗତ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଯେଉଁଥିରେ ମହାତ୍ମା ଗାନ୍ଧିଙ୍କ ବାର୍ତ୍ତା ସଂପର୍କରେ ଲୋକଙ୍କୁ ସଚେତନ କରିବା ଦିଗରେ କଳାକାରମାନଙ୍କ ଭୂମିକା ସଂପର୍କରେ ଆଲୋଚନା ହୋଇଥିଲା।

ଏଥିସହ ପ୍ରଧାନମନ୍ତ୍ରୀ ମୋଦି ସୋଶାଲ୍ ମିଡିଆରେ ଏକ ଭିଡିଓ ଶେଆର କରିଛନ୍ତି। ଏଥିରେ ଫିଲ୍ମି କଳାକାରମାନେ ଗାନ୍ଧିଙ୍କ ବିଚାର ଧାରା ବିଷୟରେ କହୁଛନ୍ତି। ଏହି ଭିଡିଓଟିକୁ ବଲିଉଡ୍‌ର ସଫଳ ନିର୍ଦ୍ଦେଶକ ରାଜ କୁମାର ହିରାନିଙ୍କ ପ୍ରଡକ୍ସନ୍ ହାଉସ୍‌ ପ୍ରସ୍ତୁତ କରିଛି।

ପ୍ରଧାନମନ୍ତ୍ରୀ ମୋଦି ନିଜ ଟ୍ୱିଟର୍‌ରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓଟି ବେଶ୍‌ ସୁନ୍ଦର ଲାଗୁଛି। ଏଥିରେ ବଲିଉଡର ବଡ଼ ବଡ଼ କଳାକାରମାନେ ଜଣ ଜଣ କରି ମହାତ୍ମା ଗାନ୍ଧିଙ୍କର ଉପଦେଶ ଗୁଡ଼ିକୁ ପଢ଼ୁଛନ୍ତି। ଏଥିରେ ଆମୀର୍‌ ଖାନ୍‌, ସଲମାନ୍‌ ଖାନ୍‌, ଶାହାରୁଖ ଖାନ୍‌, କଙ୍ଗନା ରାଣାୱତ, ସୋନମ କପୁର, ଆଲିଆ ଭଟ୍ଟ, ରଣବୀର କପୁର ଓ ଭିକି କୌଶଲଙ୍କ ପରି ଷ୍ଟାର୍‌ମାନଙ୍କୁ ଦେଖିବାକୁ ମିଳିଛି।

ଭିଡିଓର କ୍ୟାପ୍‌ସନ୍‌ରେ ମୋଦି ଲେଖିଛନ୍ତି, ‘ଫିଲ୍ମି ତାରକାମାନେ ଏକାଠି ଆଗକୁ ଆସି ମହାତ୍ମା ଗାନ୍ଧିଙ୍କୁ ସମ୍ମାନ ଦେଇଛନ୍ତି। #ChangeWithin ଏକ ଅଭିନବ ପ୍ରୟାସ, ଯେଉଁଥିରେ ବାପୁଙ୍କ ବିଚାରଧାରାକୁ ଦୂରଦୂରାନ୍ତର ପର୍ଯ୍ୟନ୍ତ ପହଞ୍ଚା ଯାଇପାରିବ। ଏହାଦ୍ୱାରା ଲୋକଙ୍କ ମଧ୍ୟରେ ସକାରାତ୍ମକ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିବ।’

ଏସବୁ ବ୍ୟତୀତ ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି ଯେ ଗାନ୍ଧିବାଦ ତଥା ଗାନ୍ଧିଙ୍କ ବିଚାରକୁ ନେଇ ଆହୁରି ଫିଲ୍ମ ନିର୍ମାଣ କରାଯାଉ। କାରଣ ତାଙ୍କ ମତରେ ସମାଜରେ ଯଦି କିଛି ପରିବର୍ତ୍ତନ ଆଣିବାର ଅଛି ଓ ଲୋକଙ୍କ ପାଖରେ କିଛି ବାର୍ତ୍ତା ପହଞ୍ଚାଇବାର ଅଛି, ତା’ହେଲେ ଫିଲ୍ମ ହେଉଛି ସବୁଠୁ ଭଲ ମାଧ୍ୟମ।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ କଳାକାରଙ୍କୁ ଭେଟି ଏଭଳି ଏକ ଆଲୋଚନା କରିବା କଥାକୁ ବହୁତ ପ୍ରଶଂସା କରାଯାଉଛି। ଏଥିପାଇଁ ଅନେକ କଳାକାର ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

 



from Odisha Reporter https://ift.tt/2oYQpzV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages