ଦୀପାବଳିରେ କାହିଁକି ଏହି ରୂପରେ ପୂଜା ପାଆନ୍ତି ମା’ କାଳୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 27, 2019

ଦୀପାବଳିରେ କାହିଁକି ଏହି ରୂପରେ ପୂଜା ପାଆନ୍ତି ମା’ କାଳୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତରେ ଅନେକ ସ୍ଥାନରେ ଦୀପାବଳିକୁ ଆଲୋକ ଓ ଆତସବାଜି ସହ ଧୁମ୍‌ଧାମ୍‌ରେ ପାଳନ କରାଯାଉଥିବା ବେଳେ ଓଡ଼ିଶା, ପଶ୍ଚିମବଙ୍ଗ ଓ ଆସାମ ଭଳି ରାଜ୍ୟରେ ଏହି ଦିନ ମା’ କାଳୀଙ୍କର ପୂଜା କରାଯାଇଥାଏ।

ଲୋକକଥା ଅନୁସାରେ, ନବଦ୍ୱୀପର ରାଜା କୃଷ୍ଣଚନ୍ଦ୍ର ୧୮୦୦ ଶତାବ୍ଦୀରେ ମା’ କାଳୀଙ୍କର ପୂଜା ପଶ୍ଚିମବଙ୍ଗରେ ଆରମ୍ଭ କରିଥିଲେ। ସେହିଦିନଠାରୁ କୋଲକାତା ସମେତ ପଶ୍ଚିମବଙ୍ଗର ବହୁ ଜମିଦାର୍‌ ଏହି ପରମ୍ପରାକୁ ବଜାୟ ରଖି ମା’କାଳୀଙ୍କର ପୂଜା କରି ଆସୁଛନ୍ତି।ତେବେ ଆଲୋକର ଏହି ପର୍ବରେ ମା’ ଜିଭ କାଢ଼ିଥିବା ରୂପରେ କାହିଁକି ପୂଜା ପାଆନ୍ତି, ସେନେଇ ପୌରାଣିକ କାହାଣୀ ମଧ୍ୟ ରହିଛି।

ପୁରାଣ ଅନୁସାରେ, ରାକ୍ଷସ ଶୁମ୍ଭ ଓ ନିଶୁମ୍ଭଙ୍କ ଅତ୍ୟାଚାରରେ କେବଳ ପୃଥିବୀବାସୀ ନୁହନ୍ତି, ସ୍ୱର୍ଗର ଦେବତାମାନେ ମଧ୍ୟ ଅତିଷ୍ଠ ହୋଇ ପଡ଼ିଥିଲେ। ବ୍ରହ୍ମାଙ୍କ ଆଶୀର୍ବାଦରେ ବଳୀୟାନ୍‌ ହୋଇଥିବା ଶୁମ୍ଭ-ନିଶୁମ୍ଭ ସ୍ୱର୍ଗ ଉପରେ ଆକ୍ରମଣ କରି ଦେବରାଜ ଇନ୍ଦ୍ରଙ୍କୁ ପରାସ୍ତ କରିବାକୁ ଚାହୁଁଥିଲେ।

ଏହି ଦୁଇ ରାକ୍ଷସଙ୍କ ଅତ୍ୟାଚାରରୁ ମୁକ୍ତି ପାଇବା ପାଇଁ ଦେବତାମାନେ ମହାମାୟା ମା’ ଦୁର୍ଗାଙ୍କୁ ସ୍ମରଣ କରିଥିଲେ। ଦୁର୍ଗା ନିଜ ଅଂଶର ଅନ୍ୟ ଏକ ସ୍ୱରୂପ ଅର୍ଥାତ୍‌ ମା’ କାଳୀ ରୂପ ନେଇ ଶୁମ୍ଭ-ନିଶୁମ୍ଭ ରାକ୍ଷସଙ୍କୁ ବଧ କରିଥିଲେ।

ତେବେ ଶୁମ୍ଭ-ନିଶୁମ୍ଭଙ୍କୁ ନିପାତ କରି ସାରିବା ପରେ ମଧ୍ୟ ମା’ କାଳୀ ଶାନ୍ତ ହୋଇ ନ ଥିଲେ। ମା’ଙ୍କ ରକ୍ତମୁଖା ରୂପ ଦେଖି ଦେବତାମାନେ ମଧ୍ୟ ଭୟ ପାଇ ଯାଇଥିଲେ। ଶେଷରେ ମା’ କାଳୀଙ୍କୁ ତାଙ୍କ ପୂର୍ବ ଅବସ୍ଥାକୁ ଫେରାଇ ଆଣିବା ପାଇଁ ଭଗବାନ ଶିବ ତାଙ୍କ ଯିବା ବାଟର ଭୂମିରେ ଶୟନ କଲେ। ଆଉ ମା’ କାଳୀ ମହାଦେବଙ୍କ ଛାତି ଉପରେ ଗୋଡ଼ ରଖି ଦେଇଥିଲେ। ନିଜ ସ୍ୱାମୀଙ୍କ ଉପରେ ଗୋଡ଼ ରଖିବା ପରେ ମା’ ନିଜ ପୂର୍ବ ଅବସ୍ଥାକୁ ସ୍ମରଣ କରି ପାରିଥିଲେ ଓ ଲଜ୍ଜାରେ ନିଜ ଜିଭ ଆଗକୁ ବାହାର କରି ଦେଇଥିଲେ। ସେହିଦିନଠାରୁ ମା’ଙ୍କର ଏହି ରୂପକୁ କାଳୀ ପୂଜା ଅର୍ଥାତ୍‌ ଦୀପାବଳିରେ ପୂଜା କରାଯାଇଥାଏ। ଅମାବାସ୍ୟା ରାତିରେ କାଳୀଙ୍କର ପୂଜା ହେଉଥିବାରୁ ତାନ୍ତ୍ରିକମାନେ ମଧ୍ୟ ଏହି ଦିନ ମା’ଙ୍କର ଉପାସନା କରିଥା’ନ୍ତି।

ଦୀପାବଳିର ଆଗମନରେ ମହାକାଳୀଙ୍କୁ ପୂଜା କଲେ, ମା’ ସୁଖସମୃଦ୍ଧି ପ୍ରଦାନ କରିଥା’ନ୍ତି। ଏହାମଧ୍ୟ କୁହାଯାଏ, ଏହି ଦିନ ମା’ କାଳୀ ତାଙ୍କ ଅନୁଗାମୀଙ୍କର ସମସ୍ତ ଦୁଃଖ ଦୁର୍ଦ୍ଦଶା ଦୂର କରିଥା’ନ୍ତି। ଏଥିପାଇଁ ମା’ଙ୍କ ଆଗରେ ଅଖଣ୍ଡ ଦୀପ ମଧ୍ୟ ବସାଯାଏ।

ଅନେକ ବିଶ୍ୱାସ କରନ୍ତି, ମା’ କାଳୀ ପୃଥିବୀରେ ନ୍ୟାୟ ଓ ଜୀବନର ପୁନଃନିର୍ମାଣ କରିଥା’ନ୍ତି, ଯେଉଁଥିରେ ପ୍ରତ୍ୟେକ ମଣିଷକୁ ଶାନ୍ତି ଓ ସଂହତିର ସହ ରହିବା ପାଇଁ ବାର୍ତ୍ତା ଦିଆଯାଏ। ଏହି କାରଣରୁ ପୂର୍ବ ଭାରତର କିଛି ହିନ୍ଦୁ ଧର୍ମାବଲମ୍ବୀ ଦୀପାବଳି ଅପେକ୍ଷା କାଳୀ ପୂଜାକୁ ଅଧିକ ଗୁରୁତ୍ୱ ଦେଇଥା’ନ୍ତି।



from Odisha Reporter https://ift.tt/2JtdEcG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages