ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୀପାବଳି ହେଉଛି ଆଲୋକର ପର୍ବ। ତେବେ ଲୋକେ ଏହି ଦିନ ବହୁତ ବାଣ ଫୁଟାନ୍ତି। ଫଳରେ ବାୟୁମଣ୍ଡଳ ଦୂଷିତ ହୋଇଯାଏ। ଅନେକ ଲୋକ ଏ ଦିଗରେ ସଚେତନ ହୋଇଛନ୍ତି, କିନ୍ତୁ ଆହୁରି ବହୁତ ଲୋକ ସଚେତନ ହୋଇନାହାନ୍ତି। ବାଣ ଯେ କେବଳ ବାୟୁ ପ୍ରଦୂଷଣ କରେ ତା’ନୁହେଁ, ଏଥିରୁ ବାହାରୁଥିବା ଧୂଆଁ ସଂସ୍ପର୍ଶରେ ଆସିଲେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖା ଦେଇଥାଏ। ଏପରିକି ଲୋକଙ୍କ ଜୀବନ ଚାଲି ଯିବାର ବି ଆଶଙ୍କା ରହିଛି।
ସେଥିପାଇଁ ଦୀପାବଳି ଦିନ ଶ୍ୱାସ ରୋଗୀ, ଗର୍ଭବତୀ ଓ ହୃଦ୍ରୋଗୀଙ୍କୁ ସାବଧାନତା ଅବଲମ୍ୱନ କରିବା ପାଇଁ କୁହାଯାଇଥାଏ। ତେବେ ଦୀପାବଳିରେ ପ୍ରଦୂଷଣରୁ ରକ୍ଷା ପାଇବା ଏମାନେ କ’ଣ କରିବା ଉଚିତ୍ ଓ କ’ଣ ନ କରିବା ଅନୁଚିତ, ସେ ବିଷୟରେ ନିହାତି ଜାଣିବା ଦରକାର। ତା’ହେଲେ ଆସନ୍ତୁ ଜାଣିବା ସେ ସଂପର୍କିତ କିଛି ଟିପ୍ସ।
୧. ବାଣ ଧୂଆଁ ଫୁସ୍ଫୁସ୍ ପର୍ଯ୍ୟନ୍ତ ପହଞ୍ଚି ଯାଏ। ଶ୍ୱାସରୋଗୀଙ୍କ କ୍ଷେତ୍ରରେ ଏପରି ଘଟିଲେ ସେମାନେ ଅଣନିଃଶ୍ୱାସୀ ହେବାର ଆଶଙ୍କା ଅଧିକ ରହିଥାଏ। ସେଥିପାଇଁ ଯେଉଁମାନେ ଏହି ରୋଗରେ ପୀଡ଼ିତ, ସେମାନେ ଦୀପାବଳି ଦିନ ଘରେ କବାଟ ବନ୍ଦ କରି ରହିଲେ ଭଲ। ଅତି ଦରକାର ପଡ଼ିଲେ ଶ୍ୱାସ ରୋଗୀ ମାସ୍କ ଲଗାଇ ବାହାରକୁ ବାହାରନ୍ତୁ ଏବଂ ସାଙ୍ଗରେ ଇନ୍ହେଲର୍ ନେବାକୁ ଭୁଲନ୍ତୁ ନାହିଁ।
୨. ବାଣରୁ ବାହାରୁଥିବା ଧୂଆଁ ଯୋଗୁ ହୃଦ୍ଘାତ ହେବାର ଆଶଙ୍କା ମଧ୍ୟ ରହିଥାଏ। କାରଣ ବାଣରେ ଥିବା ଲେଡ୍ ଶରୀର ପାଇଁ କ୍ଷତିକାରକ। ବାଣରୁ ବାହାରୁଥିବା ଧୂଆଁ ଶରୀରରେ ପ୍ରବେଶ କରିବା ପରେ ରକ୍ତ ସଞ୍ଚାଳନରେ ସମସ୍ୟା ହୋଇଥାଏ, ଯାହା ହୃଦ୍ଘାତ ଆଶଙ୍କାକୁ ବଢ଼ାଇ ଦେଇଥାଏ।
୩. ସେହିପରି ଛୋଟ ଛୁଆ ଓ ଗର୍ଭବତୀ ବାଣ ଧୂଆଁଠାରୁ ଦୂରେଇ ରୁହନ୍ତୁ। ଏହି ଧୂଆଁ ପାଇଁ ଛୋଟ ଛୁଆଙ୍କର ଶ୍ୱାସ ସମ୍ୱନ୍ଧୀୟ ସମସ୍ୟା ଉପୁଜିବା ସହିତ ସେମାନଙ୍କ ଶରୀରରେ ଟକ୍ସିନ୍ର ମାତ୍ରା ବଢ଼ିଯାଏ।
୪. ଗର୍ଭବତୀ ଏହି ଧୂଆଁ ସଂସ୍ପର୍ଶରେ ଆସିଲେ ଗର୍ଭପାତ ହେବାର ଆଶଙ୍କା ରହିଥାଏ।
୫. ଅଧିକ ଧୂଆଁଠାରୁ ଦୂରେଇ ରହିବା ପାଇଁ ଘରର କବାଟ ଓ ଝରକା ବନ୍ଦ ରଖନ୍ତୁ।
from Odisha Reporter https://ift.tt/2JpX3Gy
No comments:
Post a Comment