ମୁମ୍ବାଇ: ଗୀତ ଓ ନାଚକୁ ନେଇ ବର୍ଷ ତମାମ ଟେଲିଭିଜିନ୍ ଚ୍ୟାନେଲ୍ଗୁଡ଼ିକରେ ଏକାଧିକ ରିଆଲିଟି ଶୋ’ ଚାଲୁଛି। ହେଲେ ଗତ ଅଗଷ୍ଟରୁ ଏମ୍ଟିଭିରେ ଆରମ୍ଭ ହୋଇଥିଲା ଭାରତର ପ୍ରଥମ ରାପ୍ ରିଆଲିଟି ଶୋ’- ‘ଏମ୍ଟିଭି ହସଲ୍’, ଯାହାକୁ ନେଇ ପୂରା ଇଣ୍ଡଷ୍ଟ୍ରିରେ ଖୁବ୍ ଚର୍ଚ୍ଚା ହୋଇଥିଲା। ଆଉ ଗତକାଲି ଏହାର ଗ୍ରାଣ୍ଡ ଫିନାଲେ ସରିଯାଇଛି। ଏଥିରେ ପଞ୍ଜାବର ଲୁଧିଆନାର ଦୀପକ ସିଂହ ଓରଫ୍ ଏମ୍ ଜୀ ବେଲା ବିଜୟୀ ହୋଇଛନ୍ତି। କୋଲକାତାର ସନ୍ଥାନମ୍ ଶ୍ରୀନିବାସ ଆୟର ଓରଫ୍ ଇପିଆର୍ ପ୍ରଥମ ରନର୍ସ ଅପ୍ ହୋଇଛନ୍ତି।
Jeeta hai woh jiske shabdon mein taaqat hai!
Congrats to our first ever Hustler, M-Zee-Bella!
Don't forget to watch the winning moment of @JBLSoundIn presents @mtvhustle on @justvoot.@philipsindia#MTVHustle #DareToListen #BreezerVivid pic.twitter.com/XODzCdocGC— MTV Hustle (@mtvhustle) October 13, 2019
ଏମ୍ ଜି ବେଲା ପ୍ରଥମରୁ ହିଁ ନିଜ ରାପ୍ର ନିଆରା ଶୈଳୀରେ ସମସ୍ତଙ୍କୁ ଇମ୍ପ୍ରେସ୍ କରି ଦେଇଥିଲେ। ବିଶେଷ କରି ପ୍ରତି ରାପ୍ରେ ସେ ଦେଉଥିବା ଇମୋସ୍ନାଲ୍ ଟଚ୍ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା।
ଭାରତର ପ୍ରଥମ ରାପ୍ ଶୋ’ ଜିତିଥିବାରୁ ସେ ବେଶ୍ ଖୁସି ଅଛନ୍ତି। ଏ ସଫଳତାର ଶ୍ରେୟ ସେ ତାଙ୍କ ବାପାମା’ଙ୍କୁ ଦେଇଛନ୍ତି। ସେ କହିଛନ୍ତି ଯେ ତାଙ୍କ ମା’ କବିତା ଲେଖନ୍ତି। ହେଲେ ତାଙ୍କୁ ନିଜ ପ୍ରତିଭା ଦେଖାଇବା ପାଇଁ ପ୍ଲାଟଫର୍ମ ମିଳିପାରିଲା ନାହିଁ। ତାଙ୍କଠୁ ପ୍ରେରଣା ପାଇ ହିଁ ସେ ସବୁବେଳେ ନିଜ ରାପ୍ରେ ଏକ କବିତାର ଇମୋସ୍ନାଲ୍ ଟଚ୍ ଦେଇଥା’ନ୍ତି। ସେଥିପାଇଁ ତାଙ୍କୁ ଏହି ବଡ଼ ସଫଳତା ମିଳିଛି।
Are you ready for a killer performance by the one and only M-Zee-Bella?
Keep your schedule clear 'cause the Grand Finale of @JBLSoundIn presents @mtvhustle airs tonight at 7 PM on MTV and anytime on @justvoot!@philipsindia#MTVHustle #DareToListen #BreezerVivid pic.twitter.com/1ovDAUVbhd— MTV Hustle (@mtvhustle) October 13, 2019
ସୂଚନାଯୋଗ୍ୟ, ‘ଏମ୍ଟିଭି ହସଲ୍’ ଅଗଷ୍ଟ ୧୦ ତାରିଖରୁ ଆରମ୍ଭ ହୋଇଥିଲା। ଏଥିରେ ଦେଶର କୋଣ ଅନୁକୋଣରୁ ପ୍ରତିଭାମାନେ ଆସି ଭାଗ ନେଇଥିଲେ। ଏହି ଶୋ’ରେ ଭାରତର ଅନ୍ୟତମ ଲୋକପ୍ରିୟ ରାପର୍ ରଫତାର୍, ରାଜକୁମାରୀ ଓ ନ୍ୟୁକ୍ଲିୟା ଜଜ୍ ଥିଲେ।
from Odisha Reporter https://ift.tt/2BaTRdo
No comments:
Post a Comment