ଜମ୍ମୁ କଶ୍ମୀରରେ ସକ୍ରିୟ ହେଲା ପୋଷ୍ଟପେଡ୍ ମୋବାଇଲ୍ ସେବା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 14, 2019

ଜମ୍ମୁ କଶ୍ମୀରରେ ସକ୍ରିୟ ହେଲା ପୋଷ୍ଟପେଡ୍ ମୋବାଇଲ୍ ସେବା

ଶ୍ରୀନଗର: ୭୨ ଦିନ ପରେ ଜମ୍ମୁ କଶ୍ମୀରରେ ପୋଷ୍ଟପେଡ୍ ମୋବାଇଲ ସେବା ଆଜିଠାରୁ ପୁଣିଥରେ ସକ୍ରିୟ ହୋଇଛି। ମଧ୍ୟାହ୍ନ ପରଠାରୁ ସମସ୍ତ ମୋବାଇଲ କମ୍ପାନୀର ପୋଷ୍ଟପେଡ୍ ସେବା ସକ୍ରିୟ ହୋଇଛି। ତେବେ ଇଣ୍ଟରନେଟ ବ୍ୟବହାର ଉପରେ ଏବେ ବି କଟକଣା ରହିଛି ବୋଲି ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି।

ଜମ୍ମୁ କଶ୍ମୀରରେ ୬୬ ଲକ୍ଷ ମୋବାଇଲ ଉପଭୋକ୍ତା ରହିଛନ୍ତି। ସେମାନଙ୍କ ମଧ୍ୟରୁ ୪୦ ଲକ୍ଷ ଉପଭୋକ୍ତା ପୋଷ୍ଟପେଡ୍ ମୋବାଇଲ ବ୍ୟବହାର କରୁଛନ୍ତି। ଆଗାମୀ ଦିନରେ ପ୍ରିପେଡ ମୋବାଇଲେ ସେବା ମଧ୍ୟ ସକ୍ରିୟ ହେବ ବୋଲି ଜଣାପଡ଼ିଛି।

ନିକଟରେ କେନ୍ଦ୍ର ସରକାର ପର୍ଯ୍ୟଟକଙ୍କୁ ଆସିବା ପାଇଁ ଅନୁମତି ଦେଇଥିଲେ। ହେଲେ ମୋବାଇଲ ସେବା ବନ୍ଦ ରହିଥିବାରୁ ପର୍ଯ୍ୟଟକ ଆସିବା ପାଇଁ ଅନିଚ୍ଛା ପ୍ରକାଶ କରିଥିଲେ। ଏହାପରେ କେବଳ ପୋଷ୍ଟପେଡ ମୋବାଇଲ ସେବାକୁ କେନ୍ଦ୍ର ସରକାର ସକ୍ରିୟ କରିଛନ୍ତି।

ଅଗଷ୍ଟ ୫ରେ ଧାରା କେନ୍ଦ୍ର ସରକାର ଜମ୍ମୁ କଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟାର ମାନ୍ୟତା ଦେଉଥିବା ଧାରା ୩୭୦କୁ ଉଚ୍ଛେଦ କରିଥିଲେ। ଏହାପରେ ଜମ୍ମୁ କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣିତ କରିଛନ୍ତି। ଗୋଟିଏ ଜମ୍ମୁ କଶ୍ମୀର ଅନ୍ୟଟି ଲଦାଖ।

ଧାରା ୩୭୦ ଉଚ୍ଛେଦ ପ୍ରକ୍ରିୟାକୁ ରାଜ୍ୟରେ ଥିବା ଆଞ୍ଚଳିକ ଦଳ ଗୁଡ଼ିକ ବିରୋଧ କରିଥିଲେ। ଏହାପରେ ହିଂସା ଆଶଙ୍କା ବଢ଼ିଥିଲା। ତେଣୁ ପ୍ରଶାସନ ବିଭିନ୍ନ ସ୍ଥାନରେ କର୍ଫ୍ୟୁ ଜାରି କରିବା ସହିତ ମୋବାଇଲ୍ ଓ ଇଣ୍ଟରନେଟ ସେବା ଉପରେ ପ୍ରତିବନ୍ଧକ ଲଗାଇଥିଲା। ଏବେ ସ୍ଥିତି ସ୍ୱାଭାବିକ ଆଡ଼କୁ ମୁହାଁଉଥିବା ଦେଖି ପ୍ରଶାସନ ମୋବାଇଲ ବ୍ୟବହାର ଉପରେ ଲଗାଯାଇଥିବା ପ୍ରତିବନ୍ଧକ ହଟାଇଛନ୍ତି।

ଏହାପୂର୍ବରୁ ୪ ସେପ୍ଚେମ୍ୱରରେ ୫୦ ହଜାର ଲ୍ୟାଣ୍ଡଲାଇନ୍ ସେବା ସକ୍ରିୟ କରାଯାଇଥିଲା। ପରେ ପରେ ମୋବାଇଲ୍ ଇଣ୍ଟରନେଟ୍ ସେବା ଅଗଷ୍ଟ ଅଧାରୁ ପର୍ଯ୍ୟାୟ କ୍ରମେ ସକ୍ରିୟ କରାଯାଇଥିଲା।

ସେହିପରି ଆତଙ୍କବାଦୀଙ୍କୁ ନଡ଼ରିବା ପାଇଁ ଖବର କାଗଜ ଜରିଆରେ ପ୍ରଶାସନ ବିଜ୍ଞାପନ ଦେଇ ଲୋକଙ୍କୁ ସଚେତନ କରାଉଛି।



from Odisha Reporter https://ift.tt/2pfcbiX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages