ସମ୍ବଲପୁର(ଓଡ଼ିଶା ରିପୋର୍ଟର): ବୁର୍ଲା ଭିମସାରରେ ଏଚ୍ଆଇଭି ସଂକ୍ରମିତଙ୍କ ଅପରେସନ ବିବାଦର ଆଜିଠାରୁ ତଦନ୍ତ ଆରମ୍ଭ ହେବ। ଏକ ୫ ଜଣିଆ ଟିମ୍ ଏହାର ତଦନ୍ତ କରିବେ। ଏହି ଟିମର ମୁଖ୍ୟ ଯକ୍ଷ୍ମାବିଭାଗର ମୁଖ୍ୟ ପ୍ରଭାତୀ ଦତ୍ତ ଅଛନ୍ତି।
ଦନ୍ତ ବିଭାଗ ଓଟିରେ ଜଣେ HIV ରୋଗୀଙ୍କ ଅପରେସନ ପୂର୍ବରୁ ଓ ପରେ ଆବଶ୍ୟକୀୟ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇନଥିବା ଓ ସେଠାରେ ଅନ୍ୟ ରୋଗୀଙ୍କ ଅପରେସନ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। HIV ଆକ୍ରାନ୍ତଙ୍କ ଅପରେସନ ସମୟରେ ଯେଉଁ ଗାଇଡ୍ ଲାଇନ୍ ପାଳନ କରାଯିବା, କଥା ତାହା ହୋଇନଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ସ୍ୱାସ୍ଥ୍ୟ ବିଭାଗ ଗୁରୁତର ସହିତ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲା, ଏବଂ ଏକ ୫ ଜଣିଆ କମିଟି ଗଠନ କରାଯାଇଥିଲା।
from Odisha Reporter https://ift.tt/2JAUMII
No comments:
Post a Comment