ଧାରା ୩୭୦ ଉଚ୍ଛେଦ ପଟେଲଙ୍କୁ ସର୍ବଶ୍ରେଷ୍ଠ ଉପହାର: ପ୍ରଧାନମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 30, 2019

ଧାରା ୩୭୦ ଉଚ୍ଛେଦ ପଟେଲଙ୍କୁ ସର୍ବଶ୍ରେଷ୍ଠ ଉପହାର: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର ପ୍ରଥମ ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ଭାରତର ଲୌହ ମାନବଭାବେ ପରିଚିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କର ଆଜି ହେଉଛି ୧୪୪ତମ ଜୟନ୍ତୀ । ଏହି ଅବସରରେ ଦେଶର ବିଭିନ୍ନ ସ୍ଥାନରେ ରନ୍ ଫର୍ ୟୁନିଟି ବା ଏକତା ପାଇଁ ଦୌଡ଼ କାର୍ଯ୍ୟକ୍ରମ ପ୍ରତିବର୍ଷ ପରି ଆୟୋଜିତ ହୋଇଯାଇଛି।

ରାଜଧାନୀ ଦିଲ୍ଲୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟର କେଭଡିଆ ଜିଲ୍ଲାରେ ଥିବା ପଟେଲଙ୍କ ପ୍ରତିମୂର୍ତ୍ତି ତଥା ଷ୍ଟାଚ୍ୟୁ ଅଫ୍ ୟୁନିଟି ନିକଟକୁ ଯାଇ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଦେଶକୁ ଏକତା ସୂତ୍ରର ବାନ୍ଧିବାର ଲକ୍ଷ୍ୟ ପଟେଲଙ୍କର ଥିଲା। ଏବେ ଧାରା ୩୭୦ ହଟିବା ପଟେଲଙ୍କ ପାଇଁ ବଡ଼ ଉପହାର। ଏହା ପଟେଲଙ୍କର ସ୍ୱପ୍ନ ଥିଲା ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

ସେହିପରି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏହି ଅବସରରେ ଦିଲ୍ଲୀରେ ଏକତା ପାଇଁ ଦୌଡ଼ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଦେଶ ୭୦ ବର୍ଷ ସ୍ୱାଧୀନ ପାଇବା ପରେ ମଧ୍ୟ କେହି ଧାରା ୩୭୦ ଓ ୩୫ଏକୁ ହଟାଇବାକୁ ଚେଷ୍ଟା କରିନଥିଲେ। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏହି ଧାରା ୩୭୦ ଅଗଷ୍ଟ ୫ରେ ଉଚ୍ଛେଦ ହୋଇଛି। ଭାରତରେ ପ୍ରବେଶ କରିବା ପାଇଁ ଧାରା ୩୭୦ ଏକ ଫାଟକ ଥିଲା। ଏବେ ଏହି ଫାଟକରେ ପ୍ରଧାନମନ୍ତ୍ରୀ ତାଲା ଲଗାଇବାର କାମ କରିଛନ୍ତି ବୋଲି ଶାହ କହିଛନ୍ତି।

ହରିଆଣା, ମହାରାଷ୍ଟ୍ର ଇତ୍ୟାଦି ରାଜ୍ୟରେ ମଧ୍ୟ ରନ୍ ଫର୍ ୟୁନିଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।



from Odisha Reporter https://ift.tt/2prEmLT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages