ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସମନ୍ କରିଛି। ଦାଉଦର ଘନିଷ୍ଠ ସହଯୋଗୀ ଇକବାଲ ମିର୍ଚି ନାଁରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରି ତଦନ୍ତ କରୁଛି। ଏହି ତଦନ୍ତ ବେଳେ ରାଜଙ୍କ ନାଁ ସାମ୍ନାକୁ ଆସିଥିଲା। ତେଣୁ ତାଙ୍କୁ ଡି ସମନ କରିଥିବା ଜଣାପଡ଼ିଛି।
୨୦୧୩ରୁ ଇକବାଲ ମିର୍ଚି ପ୍ରାଣ ହରାଇଛି। ହେଲେ ଇଡି ତା’ ସହ ସମ୍ପର୍କ ରଖିଥିବା ଅନ୍ୟ ସହଯୋଗୀମାନଙ୍କୁ ଏବେ ଖୋଜିବା ଆରମ୍ଭ କରିଛି। ଏହି ମାମଲାରେ କୁନ୍ଦ୍ରାଙ୍କୁ ଜେରା କରି ଇଡି ତାଙ୍କ ବୟାନ ରେକର୍ଡ କରିବାକୁ ଚାହୁଁଛି।
ରାଜ କୁନ୍ଦ୍ରାଙ୍କ ସମ୍ପର୍କ ରଣଜୀତ ବିନ୍ଦ୍ରା ଓ ବାଷ୍ଟିନା ହସ୍ପିଟାଲିଟି ନାମକ ଏକ ଫାର୍ମ ସହ ଥିଲା। ଏମାନଙ୍କ ସହ ରାଜ କୁନ୍ଦ୍ର କେଉଁ ପ୍ରକାରର ଡିଲ କରିଥିଲେ ସେକଥା ଇଡି ଜାଣିବାକୁ ଚାହିଁଛି। ଏହି ମନି ଲଣ୍ଡରିଂ ମାମଲାରେ ରଣଜୀତ ବିନ୍ଦ୍ରାଙ୍କୁ ପୂର୍ବରୁ ଇଡି ଗିରଫ କରି ସାରିଛି। ତାଙ୍କୁ ଜେରା ବେଳେ ରାଜ କୁନ୍ଦ୍ରାଙ୍କ ନାଁ ସାମ୍ନାକୁ ଆସିଥିଲା। ରାଜ ଓ ବିନ୍ଦ୍ରାଙ୍କ ମଧ୍ୟରେ କେଉଁ ପ୍ରକାରର ଡିଲ ହୋଇଥିଲା, ତାହା ଜାଣିବା ପାଇଁ ଇଡି ତାଙ୍କୁ ସମନ କରିଥିବା ଜଣାପଡ଼ିଛି।
ତେବେ ରାଜ କୌଣସି ଭୁଲ କାମ କରି ନାହାନ୍ତି ବୋଲି କହିଛନ୍ତି। ଇକବାଲ ମିର୍ଚି ବେଆଇନ୍ ଭାବେ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଛି। ଏଥିସହ ଭାରତର କିଛି ବ୍ୟବସାୟୀ ମଧ୍ୟ ତା’ ସହ ସମ୍ପର୍କ ରଖିଥିବା ଇଡି ଜାଣିବାକୁ ପାଇଛି।
from Odisha Reporter https://ift.tt/31XHZX4
No comments:
Post a Comment