କଟକ(ଓଡ଼ିଶା ରିପୋର୍ଟର): ନିଜକୁ କ୍ରାଇମବ୍ରାଞ୍ଚର ଅତିରିକ୍ତ ଏସ୍ପି ଭାବେ ପରିଚୟ ଦେଇ ଲୋକଙ୍କଠାରୁ ଟଙ୍କା ଠକେଇ କରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିକୁ କଟକ ଚାଉଳିଆଗଞ୍ଜ ପୁଲିସ୍ ଗିରଫ କରିଛି। ତାଙ୍କ ନାଁ କାର୍ତ୍ତିକ ରାଉତରାୟ। ତାଙ୍କ ନିକଟରୁ ପୁଲିସ୍ ୭ଟି ମୋବାଇଲ, ୨୧ଟି ସିମ୍ କାର୍ଡ, ୧୪ଟି ବ୍ୟାଙ୍କ ପାସବୁକ୍ ଓ ୯ଟି ଚେକ୍ ବୁକ୍ ଜବତ କରିଛି।
କାର୍ତ୍ତିକ ଦୀର୍ଘ ଦିନ ହେବ ନିଜକୁ କ୍ରାଇମବ୍ରାଞ୍ଚର ଅତିରିକ୍ତ ଏସ୍ପି ଭାବେ ପରିଚୟ ଦେଇ ଲୋକଙ୍କଠାରୁ ଟଙ୍କା ଠକି ନେଉଥିଲା। ଏନେଇ ପୁଲିସ୍ କୌଣସି ସୂତ୍ରର ଖବର ପାଇଥିଲା। ଗତକାଲି ପୁଲିସ୍ ତାଙ୍କୁ ଗିରଫ କରିଥିଲା।
from Odisha Reporter https://ift.tt/2NbHQde
No comments:
Post a Comment