କାଲିଠୁ ଗାଧୋଇବାକୁ ଯାଇ ଯୁବତୀ ନିଖୋଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 6, 2019

କାଲିଠୁ ଗାଧୋଇବାକୁ ଯାଇ ଯୁବତୀ ନିଖୋଜ

ସମ୍ବଲପୁର(ସଞ୍ଜୟ ଜେନା);ସମ୍ୱଲପୁରସ୍ଥିତ ମହାନଦୀର ସଡ଼କଘାଟକୁ ଗତକାଲିଠୁ ଗାଧୋଇବାକୁ ଯାଇଥିବା ୬ ଯୁବତୀଙ୍କ ମଧ୍ୟରୁ ଜଣଙ୍କ ପତ୍ତା ମିଳୁନି। ଗାଧୋଇବାକୁ ଯାଇ ସମସ୍ତେ ଭାସି ଯାଇଥିବା ବେଳେ ସ୍ଥାନୀୟ ଲୋକେ ୫ ଜଣଙ୍କୁ ଉଦ୍ଧାର କରିଥିଲେ। ହେଲେ ୨୪ ଘଣ୍ଟା ହେବାକୁ ବସିଥିବା ବେଳେ ବି  ଆଉ ଜଣେ ଯୁବତୀଙ୍କ ପତ୍ତା ମିଳିପାରି ନାହିଁ।  ଖବର ପାଇ ଅଗ୍ନିଶମ ବାହିନୀ  ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଗତ ସନ୍ଧ୍ୟାରୁ ତାହା ବନ୍ଦ ରହିଥିଲା।  ଆଜି ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ମହାନଦୀର ସଡ଼କଘାଟରେ ଗାଧୋଉଥିବା ବେଳେ ଜଣେ ଯୁବତୀଙ୍କ ଗୋଡ ଖସି ଯାଇଥିଲା । ଉକ୍ତ ଯୁବୀତଙ୍କୁ ବଞ୍ଚାଇବାକୁ ଉଦ୍ୟମ କରି ତାଙ୍କ ସହ ଯାଇଥିବା ଅନ୍ୟ ୫ ଯୁବତୀ ମଧ୍ୟ ଭାସି ଯାଇଥିଲେ । ସେମାନଙ୍କ ମଧ୍ୟରୁ ସମସ୍ତେ ଉଦ୍ଧାର ପାଇଥିବା ବେଳେ ଜଣଙ୍କ ପତ୍ତା ମିଳି ପାରୁନି। ଉକ୍ତ ଯୁବତୀମାନଙ୍କ ଘର ସମ୍ବଲପୁରର ଧୋବାପଡ଼ା ଓ ସାହିବଙ୍ଗଳାପଡ଼ାରେ ବୋଲି ଜଣାପଡିଛି ।

 



from Odisha Reporter https://ift.tt/31RSWdH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages