ଆତଙ୍କୀ ଆକ୍ରମଣ ଆଶଙ୍କା, ଏହି ସବୁ ସ୍ଥାନରେ ଜାରି ହେଲେ ହାଇଆଲର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 2, 2019

ଆତଙ୍କୀ ଆକ୍ରମଣ ଆଶଙ୍କା, ଏହି ସବୁ ସ୍ଥାନରେ ଜାରି ହେଲେ ହାଇଆଲର୍ଟ

ନୂଆଦିଲ୍ଲୀ: ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଏବେ ଭାରତୀୟ ସୁରକ୍ଷାକର୍ମୀଙ୍କ ଉପରେ ଆତ୍ମଘାତୀ ହମ୍‌ଲା କରିବାକୁ ଯୋଜନା କରୁଛି। ବିଶେଷ କରି ଜମ୍ମୁ-କଶ୍ମୀର ଓ ପଞ୍ଜାବରେ ଥିବା ସୁରକ୍ଷାକର୍ମୀଙ୍କୁ ଜୈଶ ଟାର୍ଗେଟ କରିଛି।

ଗୁଇନ୍ଦା ବିଭାଗ ଏଭଳି ସୂଚନା ଦେବା ପରେ ଉଭୟ ଜମ୍ମୁ-କଶ୍ମୀର ଓ ପଞ୍ଜାବରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ହାଲଆଲର୍ଟ ଜାରି କରାଯାଇଛି। ପଞ୍ଜାବର ଅମୃତସର ଓ ପଠାନକୋଟ୍‌, ଜମ୍ମୁ-କଶ୍ମୀରର ଶ୍ରୀନଗର ଏୟାର ପୋର୍ଟ ଏବଂ ବାୟୁସେନା ବେସ୍‌ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।

ଗୁଇନ୍ଦା ସୂଚନା ଅନୁଯାୟୀ, ୮ରୁ ୧୦ ଜଣ ଜୈଶ ଆତଙ୍କବାଦୀ ଭାରତରେ ପ୍ରବେଶ କରିଛନ୍ତି। ଏମାନଙ୍କୁ ସ୍ୱତନ୍ତ୍ର ଭାବେ ସଂଗଠନ ପକ୍ଷରୁ ଆତ୍ମଘାତୀ ହମଲା ପାଇଁ ତାଲିମ ଦିଆଯାଇଛି। ଜମ୍ମୁ-କଶ୍ମୀର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଏୟାର ବେସ୍‌, ସୁରକ୍ଷାକର୍ମୀଙ୍କ କନଭୟ ଏବଂ ଜନଗହଳୀପୂର୍ଣ୍ଣ ଅଞ୍ଚଳରେ ବିସ୍ଫୋରଣ କରିବାକୁ ଏମାନେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି।

ଏହାକୁ ଦୃଷ୍ଟିରେ ରଖି ଶ୍ରୀନଗର, ଅୱନ୍ତିପୁର, ଜମ୍ମୁ, ପଠାନକୋଟ ଓ ହିନ୍ଦାନ ଏୟାର ବେସ୍‌ରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହି ଅଞ୍ଚଳରେ ଗୁଇନ୍ଦା ବିଭାଗ ଆତଙ୍କବାଦୀଙ୍କ ଗତିବିଧି ଠାବ କରିବା ପରେ ସତର୍କ ସୂଚନା ଜାରି କରିଛି।

ଅରେଞ୍ଜ ଆଲର୍ଟ ହେଉଛି ଦ୍ୱତୀୟ ବଡ଼ ସତର୍କ ସୂଚନା। ଅରେଞ୍ଜ ଆଲର୍ଟ ଜାରି ହେବା ଅର୍ଥ ସ୍ଥାନୀୟ ଅଞ୍ଚଳରେ ସ୍କୁଲ କଲେଜ ବନ୍ଦ ରହିବ ଓ ଏୟାର ବେସ୍‌ରେ ଚଳପ୍ରଚଳ ଉପରେ କେତେକ କଟକଣା ଲାଗୁ ହେବ। ସାମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଏବେ ବରିଷ୍ଠ ଅଧିକାରୀମାନେ ପର୍ଯ୍ୟାୟକ୍ରମେ ସ୍ଥିତର ସମୀକ୍ଷା କରିବାରେ ଲାଗିଥିବା ଜଣାପଡ଼ିଛି।

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ସରକାର ଭାରତ ଉପରେ ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ପାକିସ୍ତାନ ସେନା ଆତଙ୍କବାଦୀଙ୍କୁ ଅନୁପ୍ରବେଶ ପାଇଁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେଉଛି।



from Odisha Reporter https://ift.tt/2nJBgSr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages