ପୁଣି ଜଣେ ଖଲିସ୍ତାନୀ ଆତଙ୍କବାଦୀ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 2, 2019

ପୁଣି ଜଣେ ଖଲିସ୍ତାନୀ ଆତଙ୍କବାଦୀ ଗିରଫ

ଅମୃତସର: ପାକିସ୍ତାନରୁ ଡ୍ରୋନ୍‌ ଦ୍ୱାରା ଭାରତକୁ ଆସୁଥିବା ଅସ୍ତ୍ରଶସ୍ତ୍ର ଘଟଣାରେ ଆଜି ପଞ୍ଜାବ ପୁଲିସ୍‌ ପୁଣି ଜଣେ ଖଲିସ୍ତାନୀ ଆତଙ୍କବାଦୀକୁ ଗିରଫ କରିଛି। ପଞ୍ଜାବ ପୁଲିସ୍‌ର ସ୍ୱତନ୍ତ୍ର ଅପରେସନ ସେଲ ଖଲିସ୍ତାନୀ ଜିନ୍ଦାବାଦ ଫୋର୍ସର ଆତଙ୍କବାଦୀ ସଜନ ପ୍ରୀତକୁ ଅମୃତସରରୁ ଗିରଫ କରିଥିବା ଜଣାପଡ଼ିଛି।

ପାକିସ୍ତାନ ପଟୁ ଡ୍ରୋନ୍‌ ଦ୍ୱାରା ଆସୁଥିବା ଅସ୍ତ୍ରଶସ୍ତ୍ରକୁ ସଜନ ହିଁ ଏକାଠି କରୁଥିଲା। ଏହାପରେ ଉକ୍ତ ଡ୍ରୋନ୍‌କୁ ପୋଡ଼ି ଦେଉଥିଲା। ନିକଟରେ ଅଧା ପୋଡ଼ା ଏକ ଡ୍ରୋନ୍‌କୁ ପଞ୍ଜାବ ପୁଲିସ୍‌ ଜବତ କରିଥିଲା। ଘଟଣାର ତଦନ୍ତ ବେଳେ ସଜନ ହିଁ ଏହାକୁ ପୋଡ଼ି ଥିବା ଜଣାପଡ଼ିଥିଲା। ଖାଲି ସେତିକି ନୁହେଁ, ପାକିସ୍ତାନରୁ ଆସିଥିବା ଦୁଇଟି ପିସ୍ତଲକୁ ମଧ୍ୟ ସଜନ ବିକ୍ରି କରିଥିବା ପୁଲିସ୍‌ ଜାଣିବାକୁ ପାଇଥିଲା।

ଏହାପରେ ପୁଲିସ୍‌ ଅମୃତସରର ଖାଲସା କଲେଜ ଅଞ୍ଚଳରେ ଚଢ଼ଉ କରି ସଜନକୁ ଗିରଫ କରିଛି। ପାକିସ୍ତାନରୁ ଭାରତ ଆସି ଅସ୍ତ୍ରଶସ୍ତ୍ର ପକାଉଥିବା ଦୁଇଟି ଡ୍ରୋନକୁ ଏଯାଏ ପୁଲିସ୍ ଜବତ କରିଛି। ଏହି ଘଟଣାରେ ପୂର୍ବରୁ ୬ ଜଣ ଖଲିସ୍ତାନୀ ଆତଙ୍କବାଦୀ ଗିରଫ ହୋଇଥିଲେ।



from Odisha Reporter https://ift.tt/2ooPpob

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages