କ୍ଷମତା ପାଇଁ ହରିଆଣାରେ ପୂର୍ବକଥା ଭୁଲିଲା ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 24, 2019

କ୍ଷମତା ପାଇଁ ହରିଆଣାରେ ପୂର୍ବକଥା ଭୁଲିଲା ବିଜେପି

ନୂଆଦିଲ୍ଲୀ: କ୍ଷମତା ପାଇଁ ହରିଆଣାରେ ବିଜେପି ପୂର୍ବକଥା ଭୁଲି ଯାଇଛି। ଦିନେ ଯେଉଁ ନେତାଙ୍କୁ ଗିରଫ କରିବା ପାଇଁ ବିଜେପି ରାଜରାସ୍ତାକୁ ଓହ୍ଲାଇଥିଲା ଏବେ ସେହି ନେତାଙ୍କୁ ସାଙ୍ଗରେ ଆଣି ସରକାର ଗଢ଼ିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି।

ହରିଆଣା ବିଧାନସଭା ନିର୍ବାଚନ ଫଳାଫଳରେ ସରକାର ଗଢ଼ିବା ପାଇଁ ବିଜେପିକୁ ୬ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି। ଔପଚାରିକ ଭାବରେ ୬ ଜଣ ସ୍ୱାଧୀନ ବିଜୟୀ ବିଧାୟକ ପ୍ରାର୍ଥ ମଧ୍ୟ ବିଜେପି ଯୋଗାଡ଼ କରିସାରିଛି। ହରିଆଣା ଲୋକହିତ ପାର୍ଟିର ଏକମାତ୍ର ବିଜୟୀ ପ୍ରାର୍ଥୀ ଗୋପାଳ କାଣ୍ଡା ସହିତ ୫ ସ୍ୱାଧୀନ ବିଜୟୀ ବିଧାୟକ ପ୍ରାର୍ଥୀ ବିଜେପି ନେତାଙ୍କୁ ସମର୍ଥନ କରିବେ ବୋଲି ଜଣାପଡ଼ିଛି।

ହରିଆଣାରେ ୯୦ ବିଧାନସଭା ଆସନରୁ ବିଜେପି ୪୦ଟି ଆସନ, କଂଗ୍ରେସ ୩୧ ଏବଂ ଅନ୍ୟାନ୍ୟ ଦଳ ୧୯ଟି ଆସନରେ ବିଜୟୀ ହୋଇଛନ୍ତି। ସରକାର ଗଢ଼ିବା ପାଇଁ ୪୬ଟି ଆସନର ଆବଶ୍ୟକ ରହିଛି।

ଗତକାଲି ବିଜେପି କାର୍ଯ୍ୟକାରୀ ସଭାପତି ଜେ.ପି ନଡ୍ଡା ଏବଂ ଗୋପାଳ କାଣ୍ଡାଙ୍କ ମଧ୍ୟରେ ବୈଠକ ହୋଇଥିଲା। ବିଜେପି ସରକାର ଗଢ଼ିଲେ ଗୋପାଳ କାଣ୍ଡା ମନ୍ତ୍ରୀମଣ୍ଡଳରେ ଏକ ବଡ଼ ଭୂମିକାରେ ରହିବେ ବୋଲି ଜଣାପଡ଼ିଛି। ୨୦୦୯ରେ ଭୂପିନ୍ଦର ହୁଡ୍ଡା ସରକାର ସମୟରେ ମଧ୍ୟ ଗୋପାଳ ମନ୍ତ୍ରୀମଣ୍ଡଳରେ ଥିଲେ। ସେତେବେଳେ ସେ ସ୍ୱାଧୀନ ବିଧାୟକ ଭାବରେ ବିଜୟୀ ହୋଇଥିଲେ। ରାଜ୍ୟରେ ଜଣେ ପ୍ରମୁଖ ନେତା ତଥା ବ୍ୟବସାୟୀ ଭାବରେ ଗୋପାଳଙ୍କର ପତିଆରା ରହିଛି।

ହରିଆଣା ଲୋକହିତ ପାର୍ଟିର ଏକମାତ୍ର ବିଜୟୀ ପ୍ରାର୍ଥୀ ଗୋପାଳ କାଣ୍ଡା ଏବେ ସୋଶାଲ ମିଡିଆ ଏବଂ ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। କାରଣ ଏୟୋର ହୋଷ୍ଟେସ ଗୀତିକି ଶର୍ମା ଆତ୍ମହତ୍ୟା ମାମଲାରେ ଗୋପାଳ କାଣ୍ଡାଙ୍କୁ ଗିରଫ କରିବା ପାଇଁ ବିଜେପି ରାଜ ରାସ୍ତାକୁ ଓହ୍ଲାଇଥିଲା। ଏବେ ସେହି ଗୋପାଳ କାଣ୍ଡାଙ୍କ ସମର୍ଥନରେ ବିଜେପି କ୍ଷମତାକୁ ଫେରିବାକୁ ଯାଉଛି।

ଗୋପାଳ କାଣ୍ଡାଙ୍କର ଏକ ଏୟାରଲାଇନ୍ସ କମ୍ପାନୀ ରହିଛି। ୨୦୧୨ରେ ଗୀତିକା ଶର୍ମା ନାମକ ଜଣେ ଏୟାର ଲାଇନ୍ସ କର୍ମଚାରୀ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା ପୂର୍ବରୁ ଗୀତିକା ଏକ ଚିଠି ଲେଖିଥିଲେ ଯେଉଁଥିରେ ଗୋପାଳ କାଣ୍ଡାଙ୍କ ନାମ ଉଲ୍ଲେଖ ରହିଥିଲା। ଏହାପରେ ଗୋପାଳଙ୍କ ବିରୋଧରେ ଯୌନ ନିର୍ଯାତନା, ଦୁଷ୍କର୍ମ, ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଛନ୍ତି ବୋଲି ମାମଲା ଦାୟର ହୋଇଥିଲା। ଏମିତିକି ସେ ଅନେକ ଦିନ ଲୁଚିବା ପରେ ଥାନାରେ ଆତ୍ମସମର୍ପଣ କରିଥିଲେ।



from Odisha Reporter https://ift.tt/2pg67XJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages