ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାନ୍ଭାସ୍ ଉପରେ ସେ ଯେତେ ସୁନ୍ଦର ଛବି ଆଙ୍କି ପାରନ୍ତି, ପରଦା ଉପରେ ସେ ସେତେ ସୁନ୍ଦର ଅଭିନୟ କରିପାରନ୍ତି। ତାଙ୍କ ଛବି କଥା କହେ। ସେମିତି ତାଙ୍କ ଅଭିନୟ ଦର୍ଶକଙ୍କ ହୃଦୟକୁ ଭେଦି ଯାଏ। ଏମିତି ଜଣେ ପ୍ରତିଭା ହେଉଛନ୍ତି, ଚିନ୍ତାମଣି ବିଶ୍ୱାଳ। ଏବେ ସେ ‘ତରଙ୍ଗ’ ଚ୍ୟାନେଲରେ ପ୍ରସାରିତ ହେଉଥିବା ଧାରାବାହିକ ‘କୁଆଁରୀ ବୋହୂ’ର ଅଭିନୟ କରୁଛନ୍ତି। ସେ ଏଥିରେ ଜିତୁ ମଙ୍ଗରାଜ ଚରିତ୍ରରେ ଅଭିନୟ କରୁଛନ୍ତି।
ଚିନ୍ତାମଣି କହନ୍ତି ଯେ ସେ ଚିତ୍ରରୁ କ୍ୟାରିୟର ଆରମ୍ଭ କରିଥିଲେ। ଚିତ୍ର ଆଙ୍କିବା ତାଙ୍କର ନିଶା ଆଉ ପେସା। ଏହି ନିଶା ତାଙ୍କୁ ପରଦା ପର୍ଯ୍ୟନ୍ତ ପହଞ୍ଚାଇଛି। ହେଲେ ଚିତ୍ରରୁ ତାଙ୍କୁ ଯେତିକି ସନ୍ତୋଷ ମିଳିପାରିଛି ଅଭିନୟ ତାଙ୍କୁ ସେତିକି ଶାନ୍ତି ଦେଇପାରିନାହିଁ ବୋଲି ସେ କହନ୍ତି।
ଅନେକ ଫିଲ୍ମ ଓ ଟେଲିଭିଜନ ଧାରାବାହିକରେ କାମ କରିଥିବା ଚିନ୍ତାମଣି ଏଥିପାଇଁ ଦର୍ଶକଙ୍କୁ ଧନ୍ୟବାଦ ଦିଅନ୍ତି। ପରଦାରେ ଆଜି ପର୍ଯ୍ୟନ୍ତ ସେ ଯେତିକି କାମ କରିଛନ୍ତି, ତାହା ନିର୍ଦ୍ଦେଶକମାନଙ୍କ ବିଶ୍ୱାସ ଓ ଦର୍ଶକଙ୍କ ଭଲ ପାଇବା ଯୋଗୁ ସମ୍ଭବ ହୋଇଛି ବୋଲି ଚିନ୍ତାମଣି କହନ୍ତି। ତା’ସହିତ ଆଗକୁ ଯଦି ଭିନ୍ନ ଭିନ୍ନ ଚରିତ୍ରରେ ନିଜକୁ ଖାପଖୁଆଇ ପାରିବେ, ତା’ହେଲେ ସେ ଜଣେ ସଫଳ ଅଭିନେତା ହୋଇ ପାରିବେ ବୋଲି କହିଛନ୍ତି।
from Odisha Reporter https://ift.tt/2IShkEA
No comments:
Post a Comment