ଶପଥ ନେଲେ ଲଦାଖର ପ୍ରଥମ ଉପରାଜ୍ୟପାଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 30, 2019

ଶପଥ ନେଲେ ଲଦାଖର ପ୍ରଥମ ଉପରାଜ୍ୟପାଳ

ଶ୍ରୀନଗର: କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର ପ୍ରଥମ ଉପରାଜ୍ୟପାଳ ଭାବେ ରାଧାକୃଷ୍ଣ ମାଥୁର ଆଜି ଶପଥ ନେଇଛନ୍ତି। ଜମ୍ମୁ-କଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ଗୀତା ମିତ୍ତଲ ଆରକେ ମାଥୁରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଆରେ କେ ମାଥୁର ତ୍ରିପୁରା କ୍ୟାଡ଼ରର ଆଇଏଏସ ଅଫିସର ଏବଂ କେନ୍ଦ୍ରରେ ରକ୍ଷା ସଚିବ ଭାବରେ ଦାୟିତ୍ୱ ତୁଲାଇ ସାରିଛନ୍ତି। ସେହିପରି ଆଇଏଏସ ଅଧିକାରୀ ଉମଙ୍ଗ ନରୁଲା ଲଦାଖ ଉପରାଜ୍ୟପାଳଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଛନ୍ତି। ଏସ୍‌ଏସ୍‌ ଖଣ୍ଡାରେଙ୍କୁ ଲଦାଖ ପୁଲିସ୍‌ ମୁଖ୍ୟ ଭାବେ ନିଯୁକ୍ତି ମିଳିଛି।

ସେହିପରି ଆଉ କିଛି ସମୟ ପରେ ଜମ୍ମୁ କଶ୍ମୀରର ଉପରାଜ୍ୟପାଳ ଭାବରେ ଶପଥ ନେବେ ଓଡ଼ିଆ ଆଇଏଏସ୍‌ ଗିରୀଶ ଚନ୍ଦ୍ର ମୁର୍ମୁ। ଶ୍ରୀନଗରରେ ଜମ୍ମୁ କଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ଗୀତା ମିତ୍ତଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ମୟୂରଭଞ୍ଜ ବେତନଟୀରେ ଜନ୍ମିତ ଏହି ଓଡ଼ିଆ ପୁଅ ଭାରତର ଭୂସ୍ୱର୍ଗ କୁହାଯାଉଥିବା ଜମ୍ମୁ କଶ୍ମୀରର ପ୍ରଥମ ଉପରାଜ୍ୟପାଳ ହେବେ।

ଆଜି ମଧ୍ୟରାତ୍ରିରୁ ଜମ୍ମୁ ଓ କଶ୍ମୀର ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହୋଇଛି। ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ କଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେଉଥିବା ଧାରା ୩୭୦କୁ ଉଚ୍ଛେଦ କରିଥିଲେ। ଏହାପରେ ଅକ୍ଟୋବର ୩୧ରୁ ଜମ୍ମୁ କଶ୍ମୀର ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କଶ୍ମୀର ଓ ଲଦାଖ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା।



from Odisha Reporter https://ift.tt/2WrvodL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages