ସୋମବାରଠୁ ଜମ୍ମୁ କଶ୍ମୀରରେ ପୋଷ୍ଟପେଡ୍ ମୋବାଇଲ୍ ସେବା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 12, 2019

ସୋମବାରଠୁ ଜମ୍ମୁ କଶ୍ମୀରରେ ପୋଷ୍ଟପେଡ୍ ମୋବାଇଲ୍ ସେବା

ଶ୍ରୀନଗର: ଜମ୍ମୁ କଶ୍ମୀରରେ ସୋମବାର (ଅକ୍ଟୋବର ୧୪) ପାଖରୁ ପୋଷ୍ଟପେଡ୍ ମୋବାଇଲେ ସେବା ସକ୍ରିୟ ହେବ। ଧାରା ୩୭୦ ଉଚ୍ଛେଦର ୬୮ ଦିନ ପରେ ଏହି ସେବା ପୁଣିଥରେ ଆରମ୍ଭ ହେବାକୁ ଯାଉଛି। ସ୍ଥିତି ସ୍ୱାଭାବିକ ଆଡ଼କୁ ମୁହାଁଉଥିବା ଦେଖି ପ୍ରଶାସନ ମୋବାଇଲ ବ୍ୟବହାର ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ହଟାଇବାକୁ ଯାଉଛନ୍ତି।

ଜମ୍ମୁ କଶ୍ମୀର ସରକାରର ମୁଖପାତ୍ର ରୋହିତ କଂସଲ କହିଛନ୍ତି, ଏଯାଏ ୯୦ ପ୍ରତିଶତ ସ୍ଥାନରେ କଟକଣା ପ୍ରତ୍ୟାହାର ହୋଇସାରିଛି। ଧାରା ୩୭୦ ଉଚ୍ଛେଦ ହେବାପରେ ହିଂସା ସମ୍ଭାବନାକୁ ଦେଖି କଟକଣା ଲଗାଯାଇଥିଲା। ଏବେ ସୋମବାର ୧୨ଟା ପରେ ପୋଷ୍ଟ ପେଡ୍ ମୋବାଇଲ ସେବା ସକ୍ରିୟ ହେବ। ପରେ ପରେ ପ୍ରିପେଡ୍ ମୋବାଇଲେ ସେବା ସକ୍ରିୟ ହେବ ବୋଲି ସେ କହିଛନ୍ତି।

ଜମ୍ମୁ କଶ୍ମୀରରେ ୬୬ ଲକ୍ଷ ମୋବାଇଲ ଉପଭୋକ୍ତା ରହିଛନ୍ତି। ସେମାନଙ୍କ ମଧ୍ୟରୁ ୪୦ ଲକ୍ଷ ଉପଭୋକ୍ତା ପୋଷ୍ଟ ପେଡ୍ ମୋବାଇଲ ବ୍ୟବହାର କରୁଛନ୍ତି। ଦୁଇ ଦିନ ପୂର୍ବରୁ ପର୍ଯ୍ୟଟକଙ୍କୁ ଆସିବା ପାଇଁ ଅନୁମତି ଦେଇଛି। ମୋବାଇଲ୍ ସେବା ବନ୍ଦ ରହିଥିବାରୁ ପର୍ଯ୍ୟଟକ ଆସିବାକୁ ଅନିଚ୍ଛା ପ୍ରକାଶ କରୁଥିଲେ। ତେଣୁ ସମସ୍ତ ସ୍ଥିତିକୁ ଆଖି ଆଗରେ ରଖି ପୋଷ୍ଟପେଡ୍ ମୋବାଇଲ ସେବା ଉପରେ ପ୍ରତିବନ୍ଧକ ହଟାଯାଇଛି ବୋଲି ଜଣାପଡ଼ିଛି।

ପୂର୍ବରୁ ଅଗଷ୍ଟ ୧୭ରେ ରାଜ୍ୟରେ ଲ୍ୟାଣ୍ଡ ଲାଇନ୍ ସେବା ଆଂଶିକ ଭାବରେ ସକ୍ରିୟ କରାଯାଇଥିଲା। ଏହାପରେ ୪ ସେପ୍ଚେମ୍ୱରରେ ୫୦ ହଜାର ଲ୍ୟାଣ୍ଡଲାଇନ୍ ସେବା ସକ୍ରିୟ କରାଯାଇଥିଲା। ସେହିପରି ଏହାପରେ ପରେ ମୋବାଇଲ୍ ଇଣ୍ଟରନେଟ ସେବା ଅଗଷ୍ଟ ଅଧାରୁ ପର୍ଯ୍ୟାୟକ୍ରମେ ସକ୍ରିୟ କରାଯାଇଥିଲା।

ସେହିପରି ରାଜ୍ୟର ବିଭିନ୍ନ ଖବରକାଗଜରେ ପ୍ରଶାସନ ପକ୍ଷରୁ ବିଜ୍ଞାପନ ଦିଆଯାଇଛି। ଯେଉଁଥିରେ ଆତଙ୍କବାଦୀଙ୍କୁ ନଡ଼ରିବା ପାଇଁ କୁହାଯାଇଛି। ଆତଙ୍କବାଦ ପାଇଁ ବେକାରୀ, ହିଂସା, ଗରିବି ବଢ଼ୁଥିବା ପ୍ରଶାସନ ବିଜ୍ଞାପନ ଜରିଆରେ ଲୋକଙ୍କ ପାଇଁ ବାର୍ତ୍ତା ଦେଇଛି।



from Odisha Reporter https://ift.tt/2M8rNNZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages