ରାଞ୍ଚି ଟେଷ୍ଟରେ ଶତକ ମାରିଲେ ରାହାଣେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 19, 2019

ରାଞ୍ଚି ଟେଷ୍ଟରେ ଶତକ ମାରିଲେ ରାହାଣେ

ନୂଆଦିଲ୍ଲୀ: ରାଞ୍ଚିରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ତଥା ଅନ୍ତିମ ଟେଷ୍ଟରେ ଆଜିଙ୍କ୍ୟ ରାହାଣେ ଶତକ ହାସଲ କରିଛନ୍ତି। ଗତକାଲି ଷ୍ଟମ୍ପ୍ ଅପସାରଣ ବେଳକୁ ରାହଣେ ୮୩ ରନ୍ କରି ଅପରାଜିତ ଥିଲେ। ଆଜି ସେ ଶତକ ହାସଲ କରିଛନ୍ତି। ୧୬୯ଟି ବଲ୍‌ରୁ ଗୋଟିଏ ଛକା ଓ ୧୪ଟି ଚୌକା ସହାୟତାରେ ସେ ଏହି ଶତକ ହାସଲ କରିଛନ୍ତି। ଟେଷ୍ଟ୍ ମ୍ୟାଚ୍‌ରେ ଏହା ହେଉଛି ତାଙ୍କର ଏକାଦଶ ଶତକ। ୨୬ଟି ଇନିଂସ୍ ପରେ ସେ ଟେଷ୍ଟ୍ ମ୍ୟାଚ୍‌ରେ ତିନି ଅଙ୍କ ଛୁଇଁଛନ୍ତି। ଖବର ଲେଖାଯିବା ସୁଦ୍ଧା ସେ  ୧୮୯ଟି ବଲ୍ ଖେଳି ୧୧୫ ରନ୍ କରିଛନ୍ତି।

ଅନ୍ୟପକ୍ଷରେ ଗତକାଲି ୧୧୭ ରନ୍ କରି ନଟ୍‌ ଆଉଟ୍ ଥିବା ବେଳେ ଆଜି ସେ ୧୫୦ ରନ୍ ପୂରଣ କରିଛନ୍ତି। ଖବର ଲେଖାଯିବା ସୁଦ୍ଧା ସେ ୨୧୨ ବଲ୍‌ରୁ ୧୬୭ ରନ୍ କରି ଅପରାଜିତ ରହିଛନ୍ତି। ଏହା ସହିତ ଦଳୀୟ ସ୍କୋର ୩ ୱିକେଟ୍‌ରେ ୩୦୦ ଟପି ସାରିଛି।

ସୂଚନାଯୋଗ୍ୟ, ତିନିଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍ ଭାରତ ଜିତି ସାରିଛି। ଦଳ ଏହି ମ୍ୟାଚ୍‌କୁ ଜିତି ସିରିଜ୍‌କୁ ୩-୦ରେ ହାତେଇବାକୁ ଲକ୍ଷ୍ୟ ରଖିଛି।



from Odisha Reporter https://ift.tt/35Jd18l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages