ଭାରତର ଅଭିବୃଦ୍ଧି ହାରକୁ ନେଇ ରିପୋର୍ଟ ପ୍ରକାଶ କଲା ବିଶ୍ୱବ୍ୟାଙ୍କ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 12, 2019

ଭାରତର ଅଭିବୃଦ୍ଧି ହାରକୁ ନେଇ ରିପୋର୍ଟ ପ୍ରକାଶ କଲା ବିଶ୍ୱବ୍ୟାଙ୍କ୍

ଓ୍ୱାଶିଂଟନ: ଚଳିତ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ୬ ପ୍ରତିଶତ ରହିବ। ଏଭଳି ଆକଳନ କରିଛି ବିଶ୍ୱବ୍ୟାଙ୍କ। ପୂର୍ବରୁ ୨୦୧୮-୧୯ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ୬.୯ ଥିଲା। ତେବେ ୨୦୨୦-୨୧ ଆର୍ଥିକ ବର୍ଷ ବେଳକୁ ଦେଶର ଅଭିବୃଦ୍ଧି ହାର ୬.୯ ପ୍ରତିଶତ ହେବ ବୋଲି ବିଶ୍ୱବ୍ୟାଙ୍କ ଆଶା ରଖିଛି। ସେହିପରି ୨୦୨୨-୨୩ରେ ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିବ ବୋଲି ବିଶ୍ୱବ୍ୟାଙ୍କ ଆକଳନ କରିଛି। ଇଣ୍ଟରନେଶନାଲ ମୋନିଟରିଂ ଫଣ୍ଡ (ଆଇଏମଏଫ୍) ସହ ବୈଠକ କରିବା ପରେ ବିଶ୍ୱବ୍ୟାଙ୍କ ଏହି ରିପୋର୍ଟ ପ୍ରକାଶ କରିଛି।

ସୂଚନାଯୋଗ୍ୟ, ବିଶ୍ୱବ୍ୟାଙ୍କ ପୂର୍ବରୁ ମୁଡିଜ ଇନଭେଷ୍ଟର୍ସ ସର୍ଭିସେସ୍ (Moody’s Investors Service) ବି ୨୦୧୯-୨୦ରେ ଭାରତର ଅଭିବୃଦ୍ଧି ହାର ୬.୨୦ରୁ ହ୍ରାସ କରି ୫.୮୦ ପ୍ରତିଶତ କରିଥିଲା। ସେହିପରି ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ନିକଟରେ ଦେଶର ଅଭିବୃଦ୍ଧି ହାର ଚଳିତ ଆର୍ଥିକ ବର୍ଷରେ ୬.୧୦ ପ୍ରତିଶତ ରହିବ ବୋଲି ଆକଳନ କରିଛି।

ମୁଡିଜ ରିପୋର୍ଟ ଅନୁଯାୟୀ ଚଳିତ ଆର୍ଥିକ ବର୍ଷ ମାନ୍ଦା ରହିବ। ହେଲେ ଏହାପରେ ଅଭିବୃଦ୍ଧି ୬.୬ ରହିବ। ଏହାପରେ ମଧ୍ୟ ଦେଶର ଅଭିବୃଦ୍ଧି ହାର ବଢ଼ିବ ବୋଲି ଆକଳନ କରିଛି।



from Odisha Reporter https://ift.tt/35w9JoE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages