ବିଜେପି ନେତା ଏବଂ ତାଙ୍କ ପରିବାର ଲୋକଙ୍କୁ ଗୁଳି କରି ହତ୍ୟାକଲେ ଦୁର୍ବୃତ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 6, 2019

ବିଜେପି ନେତା ଏବଂ ତାଙ୍କ ପରିବାର ଲୋକଙ୍କୁ ଗୁଳି କରି ହତ୍ୟାକଲେ ଦୁର୍ବୃତ୍ତ

ମୁମ୍ୱାଇ: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଚାଲିଛି। ଏହି ସମୟରେ ମହରାଷ୍ଟ୍ରର ଜଳଗାଁର ବିଜେପି ନେତା ତଥା କର୍ପୋରେଟର ରବୀନ୍ଦ୍ର ଖରାତ ଏବଂ ତାଙ୍କ ପରିବାର ସମସ୍ତ ସଦସ୍ୟ ହତ୍ୟାର ଶିକାର ହୋଇଛନ୍ତି। ଗତକାଲି ରାତି ୯ ଟା ୩୦ ସମୟରେ ଦୁର୍ବତ୍ତମାନେ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟାଇଛନ୍ତି।

ଗତକାଲି ରବୀନ୍ଦ୍ର ରାତିରେ ତାଙ୍କ ଘର ସାମ୍ନାରେ ବସିଥିଲେ। ଏହି ସମୟରେ ହଠାତ୍ କିଛି ଅଜଣା ଲୋକ ଆସିଥିଲେ। ଏହାପରେ କିଛି କହିବା ଆଗରୁ ରବୀନ୍ଦ୍ରଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳି ଶବ୍ଦ ଶୁଣି ରବୀନ୍ଦ୍ରଙ୍କ ବଡ଼ ଭାଇ ସୁନୀଲ ଖରତା ବାହାରକୁ ଆସିଥିଲେ। ସେ ମଧ୍ୟ ଦୁର୍ବୃତ୍ତଙ୍କ ଗୁଳିର ଶିକାର ହୋଇଥିଲେ। ଏହାପରେ ଦୁର୍ବୃତ୍ତମାନେ ଘର ଭିତରକୁ ପଶିଆସି ଅନ୍ୟ ସଦସ୍ୟଙ୍କ ଉପରକୁ ଗୁଳି ଚଳାଇବା ସହିତ ଛୁରୀରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ରବୀନ୍ଦ୍ର ଓ ସୁନୀଲଙ୍କର ମୃତ୍ୟୁ ଘଟିଥିଲା।

ଗୁରୁତର ଆହତ ହୋଇଥିବା ରବୀନ୍ଦ୍ରଙ୍କ ଦୁଇ ଯୁବକ ପୁଅ ରୋହିତ ଏବଂ ପ୍ରେମ ସାଗର ଓ ଘରେ ଉପସ୍ଥିତ ଥିବା ତାଙ୍କର ବନ୍ଧୁଙ୍କୁ ହସ୍ପିଟାଲକୁ ନିଆଯାଉଥିବା ବେଳେ ବାଟରେ ଆଖି ବୁଜିଦେଇଥିଲେ।

ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବାବେଳେ ୩ ଜଣଙ୍କୁ ଗିରଫ କରିଛି। ହତ୍ୟାର କାରଣ ଅସ୍ପଷ୍ଚ ରହିଛି। ସ୍ଥାନୀୟଲୋକମାନେ କେହି କେହି ଏହାକୁ ନିର୍ବାଚନୀ ହିଂସା କହୁଥିବା ବେଳେ ଆଉ କେହି କେହି ରବୀନ୍ଦ୍ରଙ୍କ ବିରୋଧୀ ଲୋକ ଏଭଳି ହତ୍ୟା କାଣ୍ଡ ଘଟାଇ ଥାଇ ପାରନ୍ତି ବୋଲି କହୁଛନ୍ତି।



from Odisha Reporter https://ift.tt/30Qwpwk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages