ଆରେ କଲୋନୀରେ ପ୍ରଶାସନର ଗଛ କାଟିବା ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟଙ୍କ ରୋକ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 6, 2019

ଆରେ କଲୋନୀରେ ପ୍ରଶାସନର ଗଛ କାଟିବା ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟଙ୍କ ରୋକ୍

ନୂଆଦିଲ୍ଲୀ: ମୁମ୍ୱାଇ ଆରେ କଲୋନୀ ଦେଇ ଯିବ ମେଟ୍ରୋ ରୋଡ୍। ଏଥିପାଇଁ ପ୍ରଶାସନ ଗଛ କାଟୁଛି। ପରବର୍ତ୍ତୀ ଶୁଣାଣି ଯାଏ ଗଛ କଟା ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ। ଏବେ ଯାହା ଯେତିକି ଗଛ କଟା ହୋଇଛି ସେତିକି ରହିବ। ପରବର୍ତ୍ତ ଶୁଣାଣି ଅକ୍ଚୋବର ୨୧ରେ ରହିଛି। ଏହି ସମୟରେ ସରକାରଙ୍କୁ କିଛି ପ୍ରଶ୍ନର ଜବାବ ରଖିବାକୁ ସୁପ୍ରିମକୋର୍ଟ କହିଛନ୍ତି।

ମହାରାଷ୍ଟ୍ର ସରକାରଙ୍କୁ ଜବାବ ମାଗି ସୁପ୍ରିମକୋର୍ଟ କହିଛନ୍ତି ଗଛ କାଟିବା ପୂର୍ବରୁ ପ୍ରଶାସନ କେତେ ଗଛ ଲଗାଇଛି ଓ ସୁରକ୍ଷା ପାଇଁ କି କି ପଦକ୍ଷେପ ନେଇଛି ସେ ବାବଦରେ ଏକ ରିପୋର୍ଟ ଦେବାକୁ। ଜବାବରେ ମହାରାଷ୍ଟ୍ର ସରକାରଙ୍କ ଓକିଲ ତୁଷାର ମେହେଟା କହିଥିଲେ ଅନ୍ୟ ଏକ ସ୍ଥାନରେ ପ୍ରଶାସନ ଦ୍ୱାରା ଗଛ ଲଗାଇବା କାମ ଜାରି ରହିଛି। ଏହାପରେ ବିଚାରପତି ଜଷ୍ଟିସ ଅରୁଣ ମିଶ୍ରା କହିଥିଲେ ଗଛ ଲଗାଇବା ଏବଂ ଯତ୍ନ ନେବା ସମ୍ପୂର୍ଣ୍ଣ ଅଲଗା। ତେଣୁ ତରନ୍ତ ଏ ବାବଦରେ ସମସ୍ତ ରିପୋର୍ଟ ଦାଖଲ କରିବାକୁ ଜଷ୍ଟିସ ଅରୁଣ ମିଶ୍ରା ମହାରାଷ୍ଟ୍ର ସରକାରଙ୍କୁ କହିଥିଲେ।

ଗଛ କାଟିବାକୁ ବିରୋଧ କରି ପ୍ରଶାସନ ଯେଉଁମାନଙ୍କୁ ଗିରଫ କରିଛି ସେମାନଙ୍କୁ ତୁରନ୍ତୁ ଛାଡ଼ିବା ପାଇଁ ସୁପ୍ରିମକୋର୍ଟ ଆଜି ଶୁଣାଣି ବେଳେ ନିର୍ଦ୍ଦେଶ ଦେଇଛନ୍ତି। ଏହି ବ୍ୟକ୍ତି ମାନେ ଆରେ କଲୋନୀରେ ଗଛ କଟାକୁ ନେଇ ଆଗାମୀ ଦିନରେ ବିରୋଧ ପ୍ରଦର୍ଶନ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ସର୍ତ୍ତ ରଖିଛନ୍ତି।

ଶୁକ୍ରବାର ବିଳମ୍ୱିତ ରାତିରେ ମୁମ୍ବାଇ ସ୍ଥିତ ଆରେ କଲୋନୀରେ ମେଟ୍ରୋ ଡିପୋ ଏବଂ ରାସ୍ତା ତିଆରି ହେବ ବୋଲି ପ୍ରଶାସନ ଦ୍ୱାରା କଲୋନୀରେ ଥିବା ଜଙ୍ଗଲକୁ କଟାଯାଉଥିଲା। ଏହାକୁ ବିରୋଧ କରିଥିଲେ ସ୍ଥାନୀୟ ଲୋକେ। ଏମିତିକି ଯେଉଁମାନେ ବିରୋଧ କରିଥିଲେ ସେମାନଙ୍କୁ ପୁଲିସ୍ ଗିରଫ୍ କରିଥିଲା। ଏହାପରେ ଛାତ୍ରଛାତ୍ରୀ ପ୍ରଶାସନର ଏହି ଗଛ କଟା ନିଷ୍ପତ୍ତିକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ସୂଚନାଯୋଗ୍ୟ, ପ୍ରଶାସନ ଗଛ କାଟିବା ପୂର୍ବରୁ ମେଟ୍ରୋ ଡିପୋ ତିଆରି କରିବା ପାଇଁ ଗଛ କଟାଯିବା ବୋଲି ବମ୍ୱେ ହାଇକୋର୍ଟଙ୍କୁ ଅବଗତ କରାଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ଅନେକ ଆବେଦନ ହୋଇଥିଲା। ହେଲେ ବମ୍ୱେ ହାଇକୋର୍ଟ ଗଛ କାଟିବା ପାଇଁ ଅନୁମତି ଦେଇଥିଲେ।



from Odisha Reporter https://ift.tt/30RNrtZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages