ପଟ୍ଟାମୁଣ୍ଡାଇ(ପ୍ରବୀର ନାୟକ): କଦଳୀ କାନ୍ଧି ଭିତରେ ଚାଲାଣ ହେଉଛି ବ୍ରାଉନ୍ ସୁଗର। ତାହା ପୁଣି କଟକରୁ ଯାଇ ରାଜନଗରରେ ପହଞ୍ଚୁଛି। ପୁଲିସ୍ ଆଖିରେ ଧୂଳି ଦେବାକୁ ବ୍ରାଉନ୍ ସୁଗର ଚାଲାଣର ଏପରି ଅଭିନବ ପନ୍ଥା ବାହାର କରିଛନ୍ତି କିଛି ବେପାରୀ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ସାପ୍ତାହିକ ହାଟ ବସିଥିବା ବେଳେ ଏମିତି କିଛି ଦୃଶ୍ୟ ମୋବାଇଲରେ କଏଦ ହେବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ସାପ୍ତାହିକ ହାଟ ପ୍ରତି ସପ୍ତାହର ଶୁକ୍ରବାର ଓ ସୋମବାର ବସିଥାଏ। ଏହି ସମୟରେ ଗାଡ଼ିରେ କଟକରୁ ରାଜନଗରରେ ଯାଇ କଦଳୀ ପହଞ୍ଚିଥାଏ। ଏହାପରେ ଅତି ସତର୍କତାର ସହ ଉକ୍ତ କଦଳୀ କାନ୍ଧିରୁ ବ୍ରାଉନ୍ ସୁଗର ବାହାର କରି ନିଆଯାଏ। ରାଜନଗର କଲେଜ ପଡ଼ିଆ ଓ ବଜାରର ବିଭିନ୍ନ ଅଞ୍ଚଳରେ ଏହାକୁ ବିକ୍ରି କରାଯାଇଥାଏ। ଏଥିଯୋଗୁ ରାଜନଗର ଅଞ୍ଚଳର ବହୁ ଯୁବଗୋଷ୍ଠି ନିଶାଗ୍ରସ୍ତ ହୋଇ ପଡ଼ୁଥିବା ଅଭିଯୋଗ ହୋଇ ଆସୁଛି।
ରାଜନଗରରେ ଏହି ବ୍ରାଉନ୍ ସୁଗର କାରବାର ବହୁ ଦିନ ହେଲାଣି ବେଧଡ଼କ ଭାବେ ଚାଲିଛି। ତେବେ ଏନେଇ ପୁଲିସ୍ ପାଖରେ କୌଣସି ଖବର ନାହିଁ ନ ଥିବା ବେଳେ କିଛି ଛାତ୍ର ମୋବାଇଲରେ ରେକଡିଂ କରି ଭାଇରାଲ କରିବା ପରେ ଏହା ସାମନାକୁ ଆସିଛି। ତେଣୁ ପୁଲିସ୍ ଓ ଅବକାରୀ ବିଭାଗ ଜାଣିଶୁଣି ଚୁପ୍ ବସିଛି ନା କିଛି ଜାଣିନି ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
from Odisha Reporter https://ift.tt/31BpmIm
No comments:
Post a Comment