ବୟସ ୩ ; ପ୍ରଶ୍ନର ଉତ୍ତର ଦେଉଛି ଚଟାପଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 16, 2019

ବୟସ ୩ ; ପ୍ରଶ୍ନର ଉତ୍ତର ଦେଉଛି ଚଟାପଟ୍‌

ଫୁଲବଣୀ(ତ୍ରିନାଥ ସାହୁ): ବୟସ ମାତ୍ର ୩ବର୍ଷ। ହେଲେ ବୁଦ୍ଧି ବିଚକ୍ଷଣ। ଯେଉଁ ବୟସରେ ନାମୀଦାମୀ ସ୍କୁଲରେ ପଢ଼ୁଥିବା ପିଲା ମଧ୍ୟ ଏପରି ପ୍ରଶ୍ନର ଉତ୍ତର ଦେବାକୁ ପଛାଇ ଥାଆନ୍ତି, ସେଠାରେ ଆଦିବାସୀ ମୂଲକରେ ରହି ଅଙ୍ଗନବାଡ଼ିରେ ପାଦ ଥାପିଥିବା ଏହି ପିଲାଟି କେଉଁଠୁ ଏତେ ଜ୍ଞାନ ସାଉଣ୍ଟିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି। ସୋଶାଲ୍ ମିଡିଆରେ ଭିଡିଓ ଭାଇରାଲ୍ ପରେ ଏବେ ଚର୍ଚ୍ଚାରେ କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଳକ ବେକ୍ରା ଗାଁର ବାଳିକା ଲକ୍ଷ୍ମୀବତୀ ପ୍ରଧାନ।ଏହି ଭିଡିଓଟି ଭାଇରାଲ ହେବା ପରେ ଦେଖୁଥିବା ଲୋକେ ପିଲାଟିର ପ୍ରଶଂସା ନ କରି ରହି ପାରୁ ନାହାନ୍ତି।

ଲକ୍ଷ୍ମୀବତୀ ବୟସର  ପିଲାମାନେ ଖେଳକୁଦରେ ମାତି ଯାଉଥିବା ବେଳେ ସେ କିନ୍ତୁ ଖନେଇ ଖନେଇ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇପାରୁଛି।   ଦେଶ ନାଁ, ରାଜ୍ୟ ନାଁ, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ନାଁଠୁ  ଆରମ୍ଭ କରି ବିଡିଓ, ସରପଞ୍ଚଙ୍କ ନାଁ ବି ତା’ ଜିଭ ଆଗରେ ରହିଛି। ଆଦିବାସୀବହୁଳ କନ୍ଧମାଳ ଜିଲ୍ଲାର  ଏକ ଗରୀବ ଶ୍ରେଣୀ ପରିବାରରୁ  ଆସିଥିବା ଏହି ପିଲାଟି  କଅଁଳ ବୟସରୁ କାହାଠୁ ଏତେ ଶିକ୍ଷା ଅର୍ଜନ କଲା  ତାହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।  

କିଛି ଦିନ ତଳେ ପରିବାର ଲୋକେ ଶିଶୁଟିକୁ ଗାଁରେ ଥିବା ଅଙ୍ଗନବାଡି କେନ୍ଦ୍ରକୁ ପ୍ରାକ୍‌ ଶିକ୍ଷା ପାଇଁ ପଠାଇଥିଲେ। ତେବେ ଅଙ୍ଗନବାଡି  ଯିବାର କିଛି ଦିନ ଯିବା ପରେ ଶିଶୁଟିର ବିଚକ୍ଷଣ ବୁଦ୍ଧିକୁ ଦେଖି ସହାୟିକା ମଧ୍ୟ ଆବାକ ହୋଇଯାଇଥିଲେ। ନିକଟରେ କିଛି ଦିନ ତଳେ ସହାୟିକା କିଛି ପ୍ରଶ୍ନ ପଚାରିଥିବା ବେଳେ ଲକ୍ଷ୍ମୀବତୀ ଫଟାଫଟ ତା’ର ଉତ୍ତର ଦେଇଥିଲେ। ସୋଶାଲ୍ ମିଡିଆରେ ଭିଡିଓ ଭାଇରାଲ୍ ପରେ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ୩ ବର୍ଷର ଅଙ୍ଗନବାଡ଼ି ବାଳିକା ଲକ୍ଷ୍ମୀବତୀ।



from Odisha Reporter https://ift.tt/2MGFMtm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages