ଅଷ୍ଟ୍ରେଲିଆ ଟି-୨୦ ସ୍କ୍ୱାଡରେ ୱାର୍ଣ୍ଣର ଓ ସ୍ମିଥ୍ ସାମିଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 7, 2019

ଅଷ୍ଟ୍ରେଲିଆ ଟି-୨୦ ସ୍କ୍ୱାଡରେ ୱାର୍ଣ୍ଣର ଓ ସ୍ମିଥ୍ ସାମିଲ୍‌

ମେଲବର୍ଣ୍ଣ: ଶ୍ରୀଲଙ୍କା ଓ ପାକିସ୍ତାନ ସହ ହେବାକୁଥିବା ଟି-୨୦ ସିରିଜ୍ ପାଇଁ ଅଷ୍ଟ୍ରେଲିଆ ସ୍କ୍ୱାଡର ଘୋଷଣା କରାଯାଇଛି। ଟିମକୁ ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ଓ ଡେଭିଡ୍ ୱାର୍ଣ୍ଣର୍ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ ଅଲରାଉଣ୍ଡର ମାର୍କସ୍ ଷ୍ଟୋଇନିସଙ୍କୁ ଟିମରେ ସ୍ଥାନ ମିଳିନାହିଁ। ଖରାପ ଫର୍ମ କାରଣରୁ ଷ୍ଟୋଇନିସଙ୍କୁ ବାଦ୍ ଦିଆଯାଇଛି।

ଇଂଲଣ୍ଡରେ ଅନୁଷ୍ଠିତ ବିଶ୍ୱକପରେ ଷ୍ଟୋଇନିସ୍ ମାତ୍ର ୮୭ ରନ୍ କରିଥିଲେ। ସ୍ମିଥ୍ ପ୍ରାୟ ସାଢ଼େ ତିନି ବର୍ଷ ପରେ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳିବେ। ସେ ନିଜର ଶେଷ ଟି-୨୦ ମ୍ୟାଚ୍ ମୋହାଲିରେ ଭାରତ ବିପକ୍ଷରେ ଖେଳିଥିଲେ। ଆରୋନ୍ ଫିଞ୍ଚଙ୍କୁ ଟିମର କ୍ୟାପଟେନ୍ କରାଯାଇଛି। ସେହିପରି ୱିକେଟକିପର ଆଲେକ୍ସ କ୍ୟାରୀ ଓ ପେସ୍ ବୋଲର ପ୍ୟାଟ୍ କମିନ୍ସଙ୍କୁ ଭାଇସ୍‌-କ୍ୟାପଟେନ୍ କରାଯାଇଛି।

ତେବେ ଟିମରୁ କ୍ରିସ୍ ଲିନ୍ ଓ ଡି’ଆର୍ସି ଶର୍ଟଙ୍କୁ ଅଣଦେଖା କରାଯାଇଛି। ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ମଧ୍ୟ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଯଥାକ୍ରମେ ଅକ୍ଟୋବର ୨୭, ୩୦ ଓ ନଭେମ୍ବର ୨ ତାରିଖରେ ଖେଳାଯିବ। ଏହା ପରେ ପାକିସ୍ତାନ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ନଭେମ୍ବର ୩ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଖେଳାଯିବ।

ଅଷ୍ଟ୍ରେଲିଆ ଟି-୨୦ ସ୍କ୍ୱାଡ୍‌: ଆରୋନ୍ ଫିଞ୍ଚ୍ (କ୍ୟାପଟେନ୍‌), ଆଷ୍ଟନ୍ ଆଗର, ଆଲେକ୍ସ କ୍ୟାରୀ, ପ୍ୟାଟ୍ କମିନ୍ସ, ଗ୍ଲେନ୍ ମ୍ୟାକ୍ସୱେଲ୍‌, ବେନ୍ ମ୍ୟାକଡରମଟ୍ଟ, କେନ୍ ରିଚାର୍ଡସନ୍‌, ଷ୍ଟିଭ୍ ସ୍ମିଥ୍‌, ବିଲି ଷ୍ଟାନଲେକ୍‌, ମିଚେଲ୍ ଷ୍ଟାର୍କ, ଆଷ୍ଟନ୍ ଟର୍ଣ୍ଣର, ଆଣ୍ଡ୍ର୍ୟୁଲ ଟାଏ, ଡେଭିଡ୍ ୱାର୍ଣ୍ଣର୍‌, ଆଡାମ ଜାମ୍ପା।



from Odisha Reporter https://ift.tt/2VokBjG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages