୩୦ଜଣଙ୍କୁ କାମୁଡ଼ିଲା ପାଗଳା କୁକୁର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 16, 2019

୩୦ଜଣଙ୍କୁ କାମୁଡ଼ିଲା ପାଗଳା କୁକୁର

ରାଉରକେଲା(ସତ୍ୟାନନ୍ଦ ମହାନ୍ତି):  ରାଉରକେଲା ଡେଲି ମାର୍କେଟ ଅଞ୍ଚଳରେ ପାଗଳା କୁକୁରଙ୍କ ଆତଙ୍କ ଦେଖିବାକୁ ମିଳିଛି। ଗତକାଲି ପାଗଳା କୁକୁର କାମୁଡ଼ାରେ ୩୦ ଜଣ ଆହତ ହୋଇଛନ୍ତି।ସେମାନଙ୍କୁ  ଗତକାଲି  ରାଉରକେଲା ସରକାରୀ  ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏବେ ସମସ୍ତେ  ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି।

ସମସ୍ତଙ୍କ ଗୋଡ଼, ହାତକୁ ଏହି ପାଗଳା କୁକୁର କାମୁଡ଼ି କ୍ଷତାକ୍ତ କରିଛି। ଆହତଙ୍କ ମଧ୍ୟରେ ବୟସ୍କ , ଛୋଟ ପିଲା ମଧ୍ୟ ଅଛନ୍ତି।

ସୂଚନାଯୋଗ୍ୟ, ଗତକାଲି  ଦିନରେ ଦୁଇଟି ପାଗଳା କୁକୁର  ପ୍ରାୟ ୨୫ ଜଣଙ୍କୁ କାମୁଡ଼ି କ୍ଷତାକ୍ତ କରିଥିବା ବେଳେ ରାତିରେ ଆଉ ପାଞ୍ଚ ଜଣଙ୍କୁ କାମୁଡ଼ିଥିଲା। ତେବେ ମହାନଗର ନିଗମ ଏହି ପାଗଳା କୁକୁରକୁ ଧରିବାକୁ କୌଣସି ପଦକ୍ଷେପ ନେଇ ନ ଥିବା  ଜଣାପଡ଼ିଛି। ଫଳରେ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି।

 

 



from Odisha Reporter https://ift.tt/2qX70oy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages