ମହରାଷ୍ଟ୍ର ସସପେନ୍ସ, ମେଣ୍ଟ ନେଇ ଦୋଛକିରେ ସୋନିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 16, 2019

ମହରାଷ୍ଟ୍ର ସସପେନ୍ସ, ମେଣ୍ଟ ନେଇ ଦୋଛକିରେ ସୋନିଆ

ମୁମ୍ୱାଇ: ମହାରାଷ୍ଟ୍ରରେ ସରକାର ଗଢ଼ିବା ନେଇ ଏବେ ବି ସସପେନ୍ସ ବାକି ରହିଛି। ଗୋଟିଏ ପଟେ ଶିବସେନା-ଏନସିପି-କଂଗ୍ରେସ ମିଶି ସରକାର ଗଢ଼ିବାକୁ ଚେଷ୍ଟା କରୁଛନ୍ତି ଅନ୍ୟପଟେ ବିଜେପି ମଧ୍ୟ ସରକାର ଗଢ଼ିବ ବୋଲି କହିଛି। ହେଲେ କେମିତି ସରକାର ଗଢ଼ିବ ଏ ପ୍ରଶ୍ନର ଜବାବ ସ୍ମିତ ହାସ୍ୟ ଦେଇ ଚୁପ୍ ରହିଛନ୍ତି ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ୍। ସେହିପରି ରାଜ୍ୟର କଂଗ୍ରେସ ନେତା ଶିବସେନା ସହ ମିଶି ସରକାର ଗଢ଼ିବାକୁ ଗ୍ରହଣ କରିପାରୁନାହାନ୍ତି। ତେଣୁ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧି ମଧ୍ୟ ନିଜେ ଦୋଛକିରେ ରହୁଛନ୍ତି। ବୋଧହୁଏ ସେଥିପାଇଁ ଆଜି ଏନସିପି ସୁପ୍ରିମୋ ଶରଦ ପାଓ୍ୱାରଙ୍କ ସହ ସୋନିଆଙ୍କର ଦିଲ୍ଲୀରେ ବୈଠକ ଥିଲା। ହେଲେ ଏହି ବୈଠକ ଆସନ୍ତାକାଲିକୁ ଘୁଞ୍ଚାଇ ଦିଆଯାଇଛି।

ସରକାର ଗଢ଼ିବା ପାଇଁ ତିନି ଦଳ ମଧ୍ୟରେ କମନ ମିନିମମ୍‌ ପ୍ରୋଗ୍ରାମ(ସିଏମପି) ବୈଠକରେ ହୋଇଥିଲା। ଆଲୋଚନାରେ କିଛି ପ୍ରସଙ୍ଗ ଉପରେ ଶିବସେନାର ପ୍ରସ୍ତାବ ସହ କିଛି କେନ୍ଦ୍ର କଂଗ୍ରେସ ନେତା ସହମତି ପ୍ରକାଶ କରିପାରୁ ନାହାନ୍ତି। ତେଣୁ ଏବେ ସୋନିଆ ରାଜ୍ୟ କଂଗ୍ରେସ ନେତା ଏବଂ କେନ୍ଦ୍ର କଂଗ୍ରେସ ନେତାଙ୍କୁ ନାଖୁସ କରି ଶିବସେନା ସହ ସରକାରରେ ସାମିଲ୍ ହେବାକୁ ନିଷ୍ପତ୍ତି ନେଇ ପାରୁ ନାହାନ୍ତି ବୋଲି ଜଣାପଡ଼ିଛି।

ଆସନ୍ତାକାଲି ଶରଦ ପାଓ୍ୱାର ସୋନିଆ ଗାନ୍ଧିଙ୍କୁ ଭେଟିବେ। ଏହା ପୂର୍ବରୁ ଆଜି ପୁଣରେ ଶରଦ ପାଓ୍ୱାର ଦଳୀୟ ନେତାଙ୍କ ସହ ବୈଠକ କରିବେ। ଏହାପରେ ଆଜି ଅପରାହ୍ନରେ ସେ ଦିଲ୍ଲୀ ଗସ୍ତ କରିବେ ବୋଲି ସୂଚନା ରହିଛି। ଆସନ୍ତାକାଲି ସୋନିଆ ଗାନ୍ଧିଙ୍କୁ ଭେଟିବା ଅବସରରେ ଶରଦ ପାଓ୍ୱାର ଶିବସେନା ସହ ସରକାରରେ ସାମିଲ ହେବାକୁ ମନାଇବେ। ଯଦି ଆବଶ୍ୟକ ପଡ଼େ ତାହେଲେ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ମଧ୍ୟ ସୋନିଆଙ୍କୁ ଭେଟିବେ। ଏହାପରେ ଯେଉଁ କେନ୍ଦ୍ର କଂଗ୍ରେସ ନେତା ଶିବସେନା ସହିତ ସରକାରରେ ସାମିଲ ହେବାକୁ ନେଇ ସହମତି ପ୍ରକାଶ କରିପାରୁ ନାହାନ୍ତି ସେମାନଙ୍କୁ ଶରଦ ପାଓ୍ୱାର ଭେଟିବେ ବୋଲି ଜଣାପଡ଼ିଛି। ଯଦି ବୈଠକ ସଫଳ ହେବ ତାହାଲେ ଶିବସେନା ନେତା ସଞ୍ଜୟ ରାଉତ ଏବଂ ଅନୀଲ ଦେସାଇ ମଧ୍ୟ ସୋନିଆଙ୍କୁ ଭେଟିବେ ବୋଲି ଜଣାପଡ଼ିଛି।

ଗତକାଲି ରାଜ୍ୟପାଳଙ୍କୁ ଶିବସେନା-ଏନସିପି-କଂଗ୍ରେସ ନେତା ରାଜ୍ୟପାଳ ଭଗତ ସିଂହ କୋଶିଆରିଙ୍କୁ ଭେଟିବାର ଥିଲା। ହେଲେ ମହାରାଷ୍ଟ୍ରର ପ୍ରମୁଖ କଂଗ୍ରେସ ନେତା ଉପସ୍ଥିତ ନଥିବାରୁ ରାଜ୍ୟପାଳଙ୍କୁ ଭେଟିବା କାର୍ଯ୍ୟକ୍ରମ ବାତିଲ୍ ହୋଇଛି।



from Odisha Reporter https://ift.tt/32PQdRH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages