ମୁମ୍ବାଇ:୨୦୧୭ରେ ‘ମିସ୍ ୱର୍ଲ୍ଡ’ ଟାଇଟଲ୍ ଜିତିଥିବା ମାନୁଷୀ ଚିଲ୍ଲର ଏକ ୱେବ୍ ସିରିଜ୍ରେ ଅଭିନୟ କରିବେ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଅଲୀ ଅବ୍ବାସ ଜାଫର୍ଙ୍କ ନିର୍ଦ୍ଦେଶନାରେ ହେବାକୁଥିବା ୱେବ୍ ଶୋ’ ‘ତାଣ୍ଡବ’ରେ ସେ ନଜର ଆସିବେ। ନିକଟର ସେ ଏଥିପାଇଁ ଲୁକ୍ ଟେଷ୍ଟ ମଧ୍ୟ ଦେଇଥିଲେ। ଏଥିରେ ସେ ପାସ୍ କରିଛନ୍ତି ବୋଲି ବି ଜଣାପଡ଼ିଛି।
ଏହି ଶୋ’ରେ ଲିଡ୍ ରୋଲ୍ରେ ବଲିଉଡ୍ ଅଭିନେତା ସୈଫ୍ ଅଲୀ ଖାନ୍ ଅଭିନୟ କରିବେ। ଏଥିପାଇଁ ତାଙ୍କୁ ପୂର୍ବରୁ ଫାଇନାଲ୍ କରାଯାଇଥିଲା।
ଏହି ୱେବ୍ ସିରିଜ୍ଟି ଆମେରିକୀୟ ୱେବ୍ ସିରିଜ୍ ‘ହାଉସ୍ ଅଫ୍ କାର୍ଡ଼ସ୍’ରୁ ପ୍ରେରିତ ହୋଇଛି। ‘ହାଉସ୍ ଅଫ୍ କାର୍ଡ଼ସ୍’ ଆମେରିକାର ରାଜନିତୀକୁ ନେଇ ତିଆରି ହୋଇଛି। ତେବେ ଅଲୀଙ୍କ ଶୋ’ରେ ଭାରତୀୟ ରାଜନୀତିର କଥା ଦେଖିବାକୁ ମିଳିବ।
ସୂଚନା ଅନୁଯାୟୀ, ଆଉ ମାସେ କି ଦୁଇ ମାସ ଭିତରେ ଏହାର ଶୁଟିଂ ଆରମ୍ଭ ହୋଇଯିବ। ୨୦୨୦ ମେ’ କିମ୍ବା ଜୁନ୍ ମାସ ଆଡ଼କୁ ଏହାକୁ ରିଲିଜ୍ କରାଯିବ।
from Odisha Reporter https://ift.tt/33DNjk5
No comments:
Post a Comment