ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଥାଇରଏଡ୍କୁ ସାଧାରଣ ଭାଷାରେ ଏକ ରୋଗ ବୋଲି କୁହାଯାଇଥାଏ। କିନ୍ତୁ ଏହା ଭୁଲ୍। ଆମ ଗଳାରେ ଏକ ଗ୍ରନ୍ଥି ରହିଛି, ଯାହା ଶରୀର ପାଇଁ ଆବଶ୍ୟକୀୟ ଥାଇରକ୍ସିନ୍ ହର୍ମୋନ୍ ନିର୍ଗତ କରିଥାଏ। ଯଦି କୌଣସି ବ୍ୟକ୍ତିଙ୍କ ଶରୀରରେ ଏହି ଥାଇରକ୍ସିନ୍ ହର୍ମୋନ୍ ଅଧିକ ନିର୍ଗତ ହୁଏ, ତା’ହେଲେ ତାହାକୁ ଡାକ୍ତରୀ ଭାଷାରେ ଓଭର୍ ଆକ୍ଟିଭ୍ ଥାଇରଏଡ୍ ବା ହାଇପର୍ ଥାଇରଏଡ୍ଜିମ୍ କୁହାଯାଏ।
ଥାଇରଏଡ୍ ଗ୍ରନ୍ଥି ଅଧିକ ଆକ୍ଟିଭ୍ ହେଲେ ଶରୀରରେ ମେଟାବୋଲିଜିମ୍ର ମାତ୍ରା ବଢ଼ିଥାଏ। ଏଥିଯୋଗୁ ଶରୀରର ଓଜନ ବୃଦ୍ଧି ହୋଇଥାଏ। ବିଶେଷଜ୍ଞଙ୍କ ମତରେ ଥାଇରଏଡ୍କୁ ‘ସାଇଲେଣ୍ଟ କିଲର୍’ ବୋଲି ମଧ୍ୟ କୁହାଯାଇଥାଏ। ଆସନ୍ତୁ ଜାଣିବା, କେଉଁ ସବୁ ଲକ୍ଷଣ ଥିଲେ ଥାଇରଏଡ୍ ସମସ୍ୟା ଅଛି ବୋଲି ଜାଣିବେ।
୧. ଅଚାନକ ଭାବରେ ବିନା କୌଣସି କାରଣରେ ଓଜନ ହ୍ରାସ ପାଇବା।
୨. ସର୍ବଦା ଦୁର୍ବଳ ଓ ଥକା ଲାଗିବା।
୩. ନିଃଶ୍ୱାସ ନେବାରେ ସମସ୍ୟା ହେବା, ହୃତ୍ ସ୍ପନ୍ଦନ ବଢ଼ିବା ଓ ହାତ ଥରିବା।
୪. ଅଧିକ ଝାଳ ବୋହିବା, ଗରମ ଲାଗିବା।
୫. ତ୍ୱଚା କୁଣ୍ଡାଇ ହେବା ସହିତ ଲାଲ୍ ପଡ଼ିବା।
୬. କେଶ ଝଡ଼ିବା।
୭. ଆବଶ୍ୟକ ପରିମାଣରେ ଖାଇବା ପରେ ମଧ୍ୟ ଭୋକ ଲାଗିବା।
ଯଦି ଏହିସବୁ ଲକ୍ଷଣ ମଧ୍ୟରୁ ଆପଣଙ୍କ ଶରୀରରେ କୌଣସି ଲକ୍ଷଣ ଦେଖାଦେଉଛି, ତେବେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।
ଥାଇରଏଡ୍ ସମସ୍ୟା ଦେଖା ଦେଲେ ଭୟ କରନ୍ତୁ ନାହିଁ। ସମୟ ସମୟରେ ଯାଞ୍ଚ କରନ୍ତୁ। ନଚେତ୍ ଭବିଷ୍ୟତରେ ଥାଇରଏଡ୍ ଯୋଗୁଁ ହୃଦ୍ରୋଗ ସହ ହାଡ଼ ସମ୍ୱନ୍ଧୀୟ ସମସ୍ୟା ଦେଖାଯିବାର ଆଶଙ୍କା ରହିଥାଏ।
from Odisha Reporter https://ift.tt/2qK2YzU
No comments:
Post a Comment