ଆଇଟି ଚାକିରି ଛାଡ଼ି ଅଙ୍ଗଦାନ ପାଇଁ ଲୋକଙ୍କୁ ସଚେତନ କରାଉଛନ୍ତି ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 3, 2019

ଆଇଟି ଚାକିରି ଛାଡ଼ି ଅଙ୍ଗଦାନ ପାଇଁ ଲୋକଙ୍କୁ ସଚେତନ କରାଉଛନ୍ତି ଯୁବକ

ନୂଆଦିଲ୍ଲୀ: ମଞ୍ଜୁନାଥ ଲଗ୍‌ରାଜ। ବୟସ ୩୧। ବେଙ୍ଗାଲୁରୁରେ ରହନ୍ତି। ଆଇଟି ସେକ୍ଟରରେ କାମ କରୁଥିଲେ। ଇଚ୍ଛା ଥିଲା ଜଣେ ସାଇକେଲ୍‌ ଚାଳକ ହେବେ। ସାଇକେଲ୍‌ ଚଲେଇ ସାରା ଦେଶ ବୁଲିବେ ଏବଂ ଅଙ୍ଗ ଦାନ କରିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବେ। ଆଉ ଏହି ନିଶା ତାଙ୍କୁ ଚାକିରି ଛାଡ଼ିବାକୁ ବାଧ୍ୟ କରିଥିଲା।

ଦୁଇ ବର୍ଷ ହେବ ଚାକିରି ଛାଡ଼ି ମଞ୍ଜୁନାଥ ଏହି ଅଭିଯାନରେ ବାହାରିଛନ୍ତି। ଏ ପର୍ଯ୍ୟନ୍ତ ସେ ସାଇକେଲରେ ମୋଟ ୭,୦୦୦ କିଲୋମିଟର ଯାତ୍ରା କରି ସାରିଲେଣି। ସେ ପ୍ରଥମେ ଭାଗରେ କନ୍ୟାକୁମାରୀରୁ କଶ୍ମୀର ଯାତ୍ରା କରିଥିଲେ। ଏଥିପାଇଁ ତାଙ୍କୁ ୪୦ ଦିନ ଲାଗିଥିଲା। ଦ୍ୱିତୀୟ ଭାଗରେ ସେ ଅହମଦାବାଦ୍‌ରୁ ଗୌହାଟୀକୁ ଯାତ୍ରା କରିଥିଲେ। ଏଥିପାଇଁ ତାଙ୍କୁ ୨୦ ଦିନ ଲାଗିଥିଲା।

ମଞ୍ଜୁନାଥଙ୍କ କହିଛନ୍ତି, “ଅଧିକ ଦରମା ମିଳୁଥିବା ଚାକିରିକୁ ଛାଡ଼ିବା ଏତେ ସହଜ ନୁହେଁ। ମତେ ମୋ ବୃତ୍ତିରୁ ଭଲ ଟଙ୍କା ମିଳୁଥିଲା। କିନ୍ତୁ ମୋର ଲକ୍ଷ ଭିନ୍ନ ଥିଲା। ଦୁଇ ବର୍ଷ ତଳେ ଚାକିରି ଛାଡ଼ିବା ପରେ ମୁଁ ଭାରତରେ ଅଙ୍ଗଦାନର ଅବସ୍ଥା କ’ଣ ଅଛି, ତାହା ଜାଣିବା ପାଇଁ ଚେଷ୍ଟା କରିଥିଲି। ଯାହା ଜାଣିବାକୁ ପାଇଲି ଲୋକମାନେ ଏଥିପାଇଁ ସଚେତନ ନାହାନ୍ତି। ସର୍ଭେରୁ ଯାହା ଜଣାପଡିଛି, ୧ଲକ୍ଷ ଲୋକଙ୍କ ମଧ୍ୟରେ ଜଣେ ଅଙ୍ଗଦାତା ରହୁଛନ୍ତି। ଏହାପରେ ପ୍ରଥମେ ମୁଁ କିଛି ଛୋଟ ଛୋଟ ଏନ୍‌ଜିଓକୁ ଯାଇ ଏ ବିଷୟରେ ଆଲୋଚନା କଲି। କିନ୍ତୁ ବିଷେଶ କିଛି ଲାଭ ମିଳିଲା ନାହିଁ। ପରେ ମୁଁ ନିଜେ ବୁଲି ବୁଲି ଲୋକଙ୍କୁ ସଚେତନ କରାଇବା କଥା ଭାବିଲି।”
ସେ କହିଛନ୍ତି, “ପ୍ରଥମେ ବେଙ୍ଗାଲୁରୁରୁ  ୪୦୦-୫୦୦ କିଲୋମିଟର ସାଇକେଲ ଚଲାଇଲି। ସାଇକେଲ୍‌ ଯାତ୍ରା ସମୟରେ ମୁଁ ଅନେକ ଦୁର୍ଘଟଣା ଦେଖିବା ସହ ବର୍ଷା ମାଡ଼ ଖାଇଛି। ଯେହେତୁ ମୋତେ ଅଧିକରୁ ଅଧିକ ଲୋକଙ୍କୁ ସଚେତନ କରାଇବାର ଥିଲା, ସେଥିପାଇଁ ମୋତେ ସବୁ ପ୍ରକାରର ପରିସ୍ଥିତିକୁ ସାମ୍ନା କରିବାକୁ ପଡ଼ିବ ବୋଲି ମୁଁ ଜାଣିଥିଲି।”

ଆଗକୁ ସାଇକେଲ୍‌ରେ ଯାତ୍ରା କରି ମଞ୍ଜୁନାଥ ଅଧିକ ଲୋକଙ୍କୁ ସଚେତନ କରେଇପାରିବେ ବୋଲି ଆଶା ରଖିଛନ୍ତି। ସାଇକେଲ୍‌ ଯାତ୍ରା କରୁଥିବା ସମୟରେ ସେ ହାଇୱେ ନୁହେଁ, ବରଂ ଗାଁ ଦେଇ ଯିବାକୁ ଚେଷ୍ଟା କରନ୍ତି । ଏହାଦ୍ୱାରା ସେ ଅଧିକ ଲୋକଙ୍କୁ ଭେଟି ପାରିବେ ଏବଂ ଅଙ୍ଗ ଦାନର ମହତ୍ୱ ବିଷୟରେ ବୁଝାଇପାରିବେ ବୋଲି କହିଛନ୍ତି।

 



from Odisha Reporter https://ift.tt/2NBymZ9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages