ପ୍ରେମିକ ଘରୁ ପ୍ରେମିକାର ଝୁଲନ୍ତା ମୃତଦେହ ଉଦ୍ଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 3, 2019

ପ୍ରେମିକ ଘରୁ ପ୍ରେମିକାର ଝୁଲନ୍ତା ମୃତଦେହ ଉଦ୍ଧାର

ଆନନ୍ଦପୁର(ମୁନା ସିଂ) : ଦେଢ଼ ମାସ ପୂର୍ବେ ଘର ଛାଡ଼ି ପଳାଇଥିବା ଯୁବତୀଙ୍କ ଝୁଳନ୍ତା ମୃତଦେହ ତାଙ୍କ ପ୍ରେମିକଙ୍କ ଘରୁ ଉଦ୍ଧାର ହୋଇଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଏପରି  ଘଟଣା ଘଟିଛି । ମୃତ ଯୁବତୀ ହେଲେ ଆନନ୍ଦପୁର ୩ ନମ୍ବର ଓ୍ୱାର୍ଡ ଡାହାଣୀଗଡ଼ିଆ ସାହିର ବିନୋଦ ଦାସଙ୍କ ଝିଅ ସ୍ନେହଲତା ଦାସ।

ସୂଚନା ଅନୁସାରେ, ପଣ୍ଡୁଆ ଗାଁର ନୀଳକଣ୍ଠ ନାୟକଙ୍କ ପୁଅ ଅକ୍ଷୟ, ସ୍ନେହଲତାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। ଉଭୟ ବିବାହ କରିବାର ନିଷ୍ପତ୍ତି ନେଇଥିବା ବେଳେ  ଦେଢ ମାସ ପୂର୍ବେ ଅକ୍ଷୟ ସ୍ନେହଲତାଙ୍କୁ ନିଜ ଘରକୁ ନେଇ ଆସିଥିଲେ। ତେବେ ସେମାନଙ୍କ ବିବାହ ହୋଇ ନ ଥିଲା।

ଏହାର କିଛିଦିନ ପରେ ଅକ୍ଷୟ କାମ କରିବାକୁ ବାହାରକୁ ପଳାଇଥିଲେ।  ସେହ୍ନଲତା ଅକ୍ଷୟଙ୍କ ବାପା ଓ  ମା’ଙ୍କ ସହ ତାଙ୍କ ଘରେ ରହୁଥିଲେ। ଶନିବାର ରାତିରେ ସମସ୍ତେ ଖାଇ ସାରି ଶୋଇବାକୁ ଯାଇଥିଲେ। ହେଲେ  ରବିବାର ଦିନ ସକାଳୁ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ସ୍ନେହଲତାଙ୍କ ମୃତଦେହ ମିଳିଥିଲା।

ଆନନ୍ଦପୁର ପୁଲିସ୍‌ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ବିବାହରେ ବିଳମ୍ବରୁ ସ୍ନେହଲତା ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ସ୍ନେହଲତାଙ୍କ ମା’ ଅଭିଯୋଗ କରିଛନ୍ତି।



from Odisha Reporter https://ift.tt/2oIbdvv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages