ପ୍ରଥମ ପର୍ଯ୍ୟାୟ ଭୋଟିଂ ବେଳେ ନକ୍ସଲ ହମଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 29, 2019

ପ୍ରଥମ ପର୍ଯ୍ୟାୟ ଭୋଟିଂ ବେଳେ ନକ୍ସଲ ହମଲା

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ଭୋଟିଂ ଚାଲିଛି। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ମତଦାନ ଅପରାହ୍ନ ୩ଟା ଯାଏ ଚାଲିବ। ଏହି ସମୟରେ ନକ୍ସଲ ମାନେ ଗୁମଲା ଜିଲ୍ଲାର ବିଷ୍ନୁପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିସ୍ଫୋରଣ କରିଛନ୍ତି। ଏହି ବିସ୍ଫୋରଣରେ ନକ୍ସଲମାନେ ଗୋଟିଏ ପୋଲ ଉଡ଼ାଇ ଦେଇଛନ୍ତି। ହେଲେ କେହି ଆହତ କିମ୍ୱା ମୃତାହତ ହୋଇ ନାହାନ୍ତି। ଏହା ଦ୍ୱାରା ମତଦାନ ପ୍ରଭାବିତ ହୋଇନାହିଁ ବୋଲି ଗୁମଲା ଜିଲ୍ଲାର ଡେପୁଟି ପୁଲିସ କମିଶନର ଶଶି ରଞ୍ଜନ ପ୍ରତିକ୍ରିୟାରେ କହିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି କୁମ୍ୱିଂ ଅପରେସନ କରିଛି।

ପ୍ରଥମ ପର୍ଯ୍ୟାୟରେ ୧୩ଟି ଆସନରେ ୧୮୯ ପ୍ରାର୍ଥୀଙ୍କ ପାଇଁ ପାଖାପାଖି ୩୭, ୮୩, ୦୫୫ ଭୋଟର ମତଦାନ କରିବେ। ରାଜ୍ୟରେ ବିଜେପି ଏଠାରେ ପୁଣି ଥରେ ସରକାର ଗଢ଼ିବ ବୋଲି ହୁଙ୍କାର ଭରି ଥିବା ବେଳେ ବିରୋଧୀ ମଧ୍ୟ ବିଜେପିକୁ ଚେକ୍ ଦେବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ସେହିପରି ୭ ଡିସେମ୍ୱରରେ ୨୦ଟି ଆସନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ, ୧୨ ଡିସେମ୍ୱରରେ ୧୭ଟି ଆସନ ପାଇଁ ତୃତୀୟ ପର୍ଯ୍ୟାୟ ନିର୍ବାଚନ, ୧୬ ଡିସେମ୍ୱରରେ ୧୫ଟି ଆସନ ପାଇଁ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଏବଂ ୨୦ ଡିସେମ୍ୱରରେ ୧୬ଟି ଆସନ ପାଇଁ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ମତଦାନ ହେବ।



from Odisha Reporter https://ift.tt/2XZdgZe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages