ବାଲୁଗାଁ(ଶକ୍ତି ପ୍ରସାଦ ମହାପାତ୍ର): ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡି ଅନ୍ତର୍ଗତ କହ୍ନେଇପୁର ଛକରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। କାର୍ ଏକ ସ୍କୁଟିକୁ ପଛପଟୁ ଧକ୍କା ଦେବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ମୃତ ମହିଳାଙ୍କ ନାଁ ଛଇଳ ଘଡ଼େଇ। ଉକ୍ତ କାର୍ଟି ସାନଖେମୁଣ୍ଡିର ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କର ହୋଇଥିବା ବେଳେ ଦୁର୍ଘଟଣା ବେଳେ ସେ ଗାଡ଼ିରେ ଥିବା ଜଣାଯାଇଛି।
ସୂଚନାଅନୁସାରେ, ଆଜି ସକାଳ ପ୍ରାୟ ସାଢ଼େ ୯ଟା ବେଳେ ଏକ ସ୍କୁଟିରେ ଛଇଳ ନିଜ ଦୁଇ ପିଲା ଓ ନଣନ୍ଦେଇଙ୍କ ସହ ବାପ ଘର ନାଚୁଣୀ ଫାଣ୍ଡି କୁମାଣ୍ଡଳ ଗାଁରୁ ନୟାଗଡ଼ ଜିଲ୍ଲା ଓଡ଼ଗାଁର ଶଙ୍ଖେଇ ଯାଉଥିଲେ। ଏହି ସମୟରେ କହ୍ନେଇପୁର ଛକଠାରେ ବିଧାୟିକାଙ୍କ କାର୍ ତାଙ୍କ ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ବାଲୁଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଛଇଳଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ପୁଲିସ୍ କାର୍ ଡ୍ରାଇଭରଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ୍ର ସୂଚନାଅନୁସାରେ ଦୁର୍ଘଟଣାଗ୍ରସ୍ତ ଗାଡ଼ିରେ ନନ୍ଦିନୀ ଦେବୀ ଉପସ୍ଥିତ ଥିଲେ। ପୁଲିସ୍ ତାଙ୍କ ଅନ୍ୟ ଏକ ଗାଡ଼ିରେ ବସାଇ ଦେଇ ଘଟଣାସ୍ଥଳରୁ ପଠାଇ ଦେଇଥିଲା।
from Odisha Reporter https://ift.tt/36z7Vf5
No comments:
Post a Comment