ପାଖରେ ଥିଲା ୩ ଟଙ୍କା, ବସଷ୍ଟାଣ୍ଡରୁ ମିଳିଲା ନଗଦ ୪୦ ହଜାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 3, 2019

ପାଖରେ ଥିଲା ୩ ଟଙ୍କା, ବସଷ୍ଟାଣ୍ଡରୁ ମିଳିଲା ନଗଦ ୪୦ ହଜାର

ପୁଣେ: ସଚ୍ଚୋଟ ପଣିଆରେ ଅନ୍ତର୍ଜାତୀୟ ସ୍ତରରେ ଭାରତ ୩୦ ନମ୍ୱର ସ୍ଥାନରେ ରହିଛି। ହେଲେ ମହାରାଷ୍ଟ୍ରର ଜଣେ ୫୪ ବର୍ଷ ବୟସ୍କ ବ୍ୟକ୍ତିଙ୍କ ସଚ୍ଚୋଟ ପଣିଆକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। ମହରାଷ୍ଟ୍ର ସତାରାର ଧନଜୀ ଜଗଦଲେ ଦିପାବଳୀ ଅବସରରେ ଏଭଳି କିଛି କାମ କରିଛନ୍ତି ଯାହାକୁ ନେଇ ଏବେ ସତାରାବାସୀ ଗର୍ବିତ।

ଦୀପାବଳି ଦିନ ଧନଜୀ ସତାରାର ଦହିବାଡ଼ିକୁ ଆସିଥିଲେ। ଏହି ସମୟରେ କାମ କରି ଘରକୁ ଯିବା ପାଇଁ ବସଷ୍ଟାଣ୍ଡରେ ଅପେକ୍ଷା କରିଥିଲେ। ହେଲେ ପକେଟରେ ମାତ୍ର ୩ ଟଙ୍କା ଥିଲା। ଏହାପରେ ସେ ବସଷ୍ଟାଣ୍ଡରେ ନଗଦ ୪୦ ହଜାର ଟଙ୍କା ପଡ଼ିଥିବା ଦେଖିବାକୁ ପାଇଥିଲେ। ସେ ନଗଦ ଟଙ୍କାକୁ ଉଠାଇ କାହାର ଏହି ପଇସା ଖୋଜିବାକୁ ଆରମ୍ଭ କରିଥିଲେ। ସେହି ସମୟରେ ବସଷ୍ଟାଣ୍ଡରେ ଜଣେ ବ୍ୟକ୍ତି ବିଚଳିତ ଅବସ୍ଥାରେ କିଛି ଖୋଜୁଥିବାର ସେ ଦେଖିବାକୁ ପାଇଥିଲେ। ଏହାପରେ ଧନଜୀ ତାଙ୍କୁ ପଚାରିଥିଲେ କ’ଣ ଖୋଜୁଛନ୍ତି? ତା’ ପରେ ସେହି ବ୍ୟକ୍ତି ଜଣଙ୍କ କହିଥିଲେ ତାଙ୍କର ୪୦ ହଜାର ଟଙ୍କା ହଜିଯାଇଛି। ତାଙ୍କ ସ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଅଛି। ଅପରେଶନ ପାଇଁ ୪୦ ହଜାର ଟଙ୍କା ଯୋଗାଡ଼ କରି ହସ୍ପିଟାଲକୁ ଯାଉଥିଲେ। ହେଲେ କେଉଁଠି ପଡ଼ିଯାଇଛି, ପାଉନାହିଁ। ଏହାପରେ ଧନଜୀ ୪୦ ହଜାର ଟଙ୍କା ସେହି ବ୍ୟକ୍ତିଙ୍କୁ ଫେରସ୍ତ କରି ଦେଇଥିଲେ। ପ୍ରତିବଦଳରେ ସେହି ବ୍ୟକ୍ତି ଧନଜୀଙ୍କୁ ୧ ହଜାର ଟଙ୍କା ଉପହାର ଦେଇଥିଲେ। ହେଲେ ତାଙ୍କ ଘରକୁ ଯିବା ପାଇଁ ୧୦ ଟଙ୍କାର ଆବଶ୍ୟକତା ଥିଲା। ପାଖରେ ୩ ଟଙ୍କା ଥିବାରୁ ସେ ମାତ୍ର ୭ ଟଙ୍କା ତାଙ୍କ ପାଖରୁ ନେଇଥିଲେ।

ଧନଜୀ ଜଗଦଲେଙ୍କ ଏଭଳି କାମକୁ ସବୁଠି ପ୍ରଶଂସା କରାଯାଉଛି। ସତାରା ବିଧାୟକ ଶିବେନ୍ଦ୍ରରାଜ ଭୋସଲେ ମଧ୍ୟ ତାଙ୍କ ସଚ୍ଚୋଟପଣିଆକୁ ଭୂରି ଭୂରି ପ୍ରଶଂସା କରିବା ସହିତ ସମ୍ମାନୀତ କରିଛନ୍ତି। ଖାଲି ଏତିକି ନୁହେଁ ୧୦ ଦିନ ମଧ୍ୟରେ ସେ ଅନେକ ସଂଗଠନ ତରଫରୁ ମଧ୍ୟ ସମ୍ମାନୀତ ହୋଇସାରିଛନ୍ତି। ଏହି ସମୟରେ ଅନେକ ତାଙ୍କୁ ଟଙ୍କା ଉପହାର ଦେବାକୁ ଚେଷ୍ଟା କରିଥିଲେ। ହେଲେ ଧନଜୀ ଗ୍ରହଣ କରିନଥିଲେ।

ସେହିପରି ତାଙ୍କ ନିର୍ବାଚନମଣ୍ଡଳୀର ରାହୁଲ ବର୍ଗେ ନାମକ ବ୍ୟକ୍ତି ଧନଜୀଙ୍କୁ ୫ ଲକ୍ଷ ଟଙ୍କା ଉପହାର ଦେଇଥିଲେ। ହେଲେ ସେ ଏହାକୁ ଗ୍ରହଣ କରିବା ବଦଳରେ କହିଥିଲେ ଟଙ୍କା ନେଲେ ସଚ୍ଚୋଟପଣିଆର ପ୍ରଚାର ହେବ ନାହିଁ। ସମାଜରେ ସଚ୍ଚୋଟପଣିଆ ବଞ୍ଚି ରହୁ ବୋଲି ସେ ଏହି ବାର୍ତ୍ତା ଦେବାକୁ ଚେଷ୍ଟା କରୁଛନ୍ତି ବୋଲି ଧନଜୀ କହିଛନ୍ତି।



from Odisha Reporter https://ift.tt/2PFuXLs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages