ନୂଆଦିଲ୍ଲୀ: ଅଯୋଧ୍ୟା ପ୍ରସଙ୍ଗରେ ସୁପ୍ରିମ୍କୋର୍ଟ ରଖିଥିବା ମତ ସାବରୀମାଲା ମନ୍ଦିର କ୍ଷେତ୍ରରେ ମଧ୍ୟ ଲାଗୁ ହେବା ଉଚିତ ବୋଲି ମତ ରଖିଛନ୍ତି କେରଳର ଜଣେ ବିଜେପି ନେତା। ରାମ ଲାଲାଙ୍କୁ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ଭାବେ ଯେଉଁଭଳି ଦେଖାଗଲା, ସାବରୀମାଲା କ୍ଷେତ୍ରରେ ମଧ୍ୟ ତାହା ଲାଗୁ ହେବା ଦରକାର ବୋଲି ବିଜେପି ସାଧାରଣ ସମ୍ପାଦକ ଏମ୍ଟି ରମେଶ କହିଛନ୍ତି।
ଗତ କିଛି ଦିନ ତଳେ ଏକ ଖବରକାଗଜରେ ପ୍ରକାଶ ପାଇଥିଲା ଅଯୋଧ୍ୟା ରାୟ ଆସିବା ପରେ ସାବରୀମାଲା ଶ୍ରଦ୍ଧାଳୁଙ୍କ ପାଇଁ ନୂଆ ଆଶା ଜାଗରଣ ହୋଇଛି।
ଏକ ହିନ୍ଦୁ ସଂଗଠନର ଜଣେ କାର୍ଯ୍ୟକର୍ତ୍ତା କହିଥିଲେ, ରାମ ଲାଲାଙ୍କ ବାବଦରେ ରାୟ ଆମ ପାଇଁ ନୂଆ ଆଶା ଦେଇଛି। ଭଗବାନ ଆୟପ୍ପାନ୍ ମଧ୍ୟ ଜଣେ ନ୍ୟାୟିକ ବ୍ୟକ୍ତି ଯାହାଙ୍କର କିଛି ନିର୍ଦ୍ଦିଷ୍ଟ ଅଧିକାର ରହିଛି। ରାହୁଲ ଈଶ୍ୱର ନାମକ ଜଣେ ସାମାଜିକ କର୍ମୀ କହିଛନ୍ତି, ରାମ ଲାଲାଙ୍କ ପରି ସାବରୀମାଲାରେ ଆୟପ୍ପାଙ୍କ ଅଧିକାର ପାଇଁ ଆମେ ଯୁକ୍ତି ରଖିବୁ।
from Odisha Reporter https://ift.tt/33OipFU
No comments:
Post a Comment