ବୃହତ୍ତର ଖଣ୍ଡପୀଠକୁ ଗଲା ସାବରୀମାଲା ମାମଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 13, 2019

ବୃହତ୍ତର ଖଣ୍ଡପୀଠକୁ ଗଲା ସାବରୀମାଲା ମାମଲା

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ସାବରୀମାଲା ମାମଲାକୁ ସୁପ୍ରିମ୍‌କୋର୍ଟ ବୃହତ୍ତର କୋର୍ଟକୁ ପଠାଇଦେଇଛନ୍ତି। ୩-୨ ଭୋଟ୍‌ରେ ଏଭଳି ନିଷ୍ପତ୍ତି ନେଇଛନ୍ତି ସୁପ୍ରିମ୍‌କୋର୍ଟ। ପୂର୍ବରୁ ସାବରୀମାଲା ମନ୍ଦିରରେ ସବୁ ବର୍ଗର ମହିଳାଙ୍କ ପ୍ରବେଶ ସପକ୍ଷରେ ରାୟ ଦେଇଥିଲେ କୋର୍ଟ। ଏହାପରେ ଏହି ରାୟ ବିରୋଧରେ କିଛି ରିଭ୍ୟୁ ପିଟିସନ୍‌ ଦାଖଲ ହୋଇଥିଲା। ବର୍ତ୍ତମାନର ସୁପ୍ରିମ୍‌କୋର୍ଟ ପ୍ରଧାନବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଅବସର ନେବା ପୂର୍ବରୁ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିବା ଅବସରରେ ଏହି ପିଟିସନ୍‌ସବୁର ଶୁଣାଣି କରିବାର ଥିଲା।

ବର୍ତ୍ତମାନ କୋର୍ଟ ପୂର୍ବରୁ ନେଇଥିବା ନିଷ୍ପତ୍ତିକୁ ନିଜେ ବଦଳାଇ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ୭ ଜଣିଆ କୋର୍ଟ ବର୍ତ୍ତମାନ ଏହି ମାମଲାର ଶୁଣାଣି କରିବେ। ଧାର୍ମିକ ଗୋଷ୍ଠୀର ବିଶ୍ୱାସ ଏବଂ ପୂଜା ସହ ଜଡ଼ିତ ବିଭିନ୍ନ ପ୍ରଶ୍ନ ଉଠୁଥିବାରୁ ଏହା ୭ ଜଣିଆ ଖଣ୍ଡପୀଠକୁ ଯିବ ବୋଲି କୋର୍ଟ କହିଛନ୍ତି। ଏହି ଖଣ୍ଡପୀଠରେ ମସଜିଦ୍‌ ଏବଂ ଆଗିୟାରୀରେ ମହିଳାଙ୍କ ପ୍ରବେଶ ବାବଦରେ ମଧ୍ୟ ଶୁଣାଣି ହେବ।

ପୂର୍ବ ରାୟକୁ ସ୍ଥଗିତ ରଖିବା ପାଇଁ କମ୍‌ ବିଚାରପତି ମତ ଦେଇଥିବାରୁ ବର୍ତ୍ତମାନ ଏହା କାଏମ୍‌ ରହିବ। ଅର୍ଥାତ ନିଷ୍ପତ୍ତି ନ ବଦଳିବା ଯାଏ ପୂର୍ବବତ୍‌ ୧୦ରୁ ୫୦ ବୟସ ବର୍ଗର ମହିଳା ମନ୍ଦିର ପ୍ରବେଶ କରିପାରିବେ। ଏହି ରାୟ ଆସିବାପରେ ସାବରୀମାଲା ମୁଖ୍ୟ ପୂଜକ ଏହାକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି, ମୁଁ ଏହାକୁ ସମ୍ମାନ ଜଣାଉଛି। ଏହି ରାୟ ଶ୍ରଦ୍ଧାଳୁଙ୍କ ବିଶ୍ୱାସ ମଜଭୁତ କରିବ।



from Odisha Reporter https://ift.tt/34Sj5do

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages