ରାଜ୍ୟରେ ବଢ଼ୁଛି ଶୀତ ଲହରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 20, 2019

ରାଜ୍ୟରେ ବଢ଼ୁଛି ଶୀତ ଲହରୀ

ବାଲିଗୁଡ଼ା(ଅଜିତ ନାୟକ): ରାଜ୍ୟରେ ଶୀତ ଲହରୀ ଲାଗି ରହିଛି । କନ୍ଧମାଳରେ ମଧ୍ୟ ଶୀତର ପ୍ରକୋପରେ ଥରହର ହେଉଛନ୍ତି ଲୋକେ। ବିଶେଷକରି ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଥଣ୍ଡାର ପ୍ରକୋପ ବଢ଼ିବାରୁ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି । ଶୀତରୁ ରକ୍ଷା ପାଇବା ଲାଗି ଛୋଟ ପିଲାଠାରୁ ଆରମ୍ଭ କରି ବଡ ଲୋକ ଯାଏ ନିଆଁ ଜାଳି ବସି ରହୁଥିବା ଦେଖିବାକୁ ମିଳିଛି ।

ଏଥିସହ ଛୋଟଠୁ ଆରମ୍ଭ କରି ବୟସ୍କ ଖେଳ ପଡ଼ିଆରେ ବ୍ୟାୟାମ କରୁଛନ୍ତି । ଜିଲ୍ଲାର ଆଭ୍ୟନ୍ତରୀଣ ଇଲାକାରେ ଅଧିକ ଜାଡ଼ ଅନୁଭୂତ ହେଉଅଛି । ଅନେକ ଲୋକେ ଶୀତର ମଜା ମଧ୍ୟ ଉଠାଉଛନ୍ତି । ସକାଳୁ ସକାଳୁ  ମର୍ଣ୍ଣିଂ  ୱାକ୍‌ କରୁଥିବା ଦେଖିବାକୁ ମିଳିଛି । ଦାରିଙ୍ଗବାଡି ସମେତ ବାଲିଗୁଡା, ତୁମୁଡିବନ୍ଧ, କୋଟଗଡ, ରାଇକିଆ ଓ ଜି ଉଦୟଗିରି ଆଦି ଅଞ୍ଚଳରେ ଶୀତର ପ୍ରକୋପ ଅଧିକ ଜଣାପଡୁଛି  ।



from Odisha Reporter https://ift.tt/2XClBlt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages