ମଟର କୁଲ୍‌ଚା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 6, 2019

ମଟର କୁଲ୍‌ଚା

ଆବଶ୍ୟକ ସାମଗ୍ରୀ
ପ୍ଲେନ୍‌ କୁଲ୍‌ଚା, ସିଝା ଗ୍ରୀନ୍‌ ମଟର, କଟା ପିଆଜ, କଟା ଟମାଟୋ, କଟା ଅଦା, କଞ୍ଚା ଲଙ୍କା, ଜିରା, ସୋରିଷ ତେଲ, ଗୋଲମରିଚ ଗୁଣ୍ଡ, ଚାଟ୍‌ ମସଲା, ଆମଚୁର ପାଉଡର, ଘିଅ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଏକ ପ୍ୟାନ୍‌ ଗରମ କରି ତେଲ ପକାନ୍ତୁ। ତେଲ ଗରମ ହୋଇଥିଲେ ସେଥିରେ ସୋରିଷ ଫୁଟାନ୍ତୁ। ଏବେ ସେଥିରେ ପିଆଜ, ଟମାଟୋ, କଞ୍ଚା ଲଙ୍କା, ଅଦା, ଲୁଣ ଓ ଗୋଲମରିଚ ଗୁଣ୍ଡ ପକାଇ ଭଲ ଭାବେ ମିଶାଇ ସିଝାନ୍ତୁ। ତା’ପରେ ପ୍ୟାନ୍‌କୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ ଓ ଏହାକୁ ୫ ମିନିଟ୍‌ ଯାଏ ଥଣ୍ଡା କରି ଦିଅନ୍ତୁ। ଏବେ ଏହି ମିଶ୍ରଣରେ ସିଝା ଗ୍ରୀନ୍‌ ମଟରକୁ ଚକଟି ପକାନ୍ତୁ। ଏହା ଉପରେ ଚାଟ୍‌ ମସଲା, ଟମାଟୋ ସସ୍, ଆମଚୁର ପାଉଡର, ଧନିଆ ପତ୍ର ଓ ଲୁଣ ପକାଇ ଭଲ ଭାବେ ଗୋଳାନ୍ତୁ। ଏବେ କୁଲ୍‌ଚାର ପ୍ଲେନ୍‌ ପାର୍ଶ୍ୱରେ ଏହି ମଟର ମିଶ୍ରଣକୁ ପୁର ଭାବେ ଦେଇ ଚାରି ଆଡ଼କୁ ବିସ୍ତାର କରନ୍ତୁ ଓ ଏହା ଉପରେ ଅନ୍ୟ ଏକ କୁଲ୍‌ଚା ରଖନ୍ତୁ। ଗ୍ରୀଲରରେ ହାଲୁକା ଘିଅ ଲଗାଇ ଉଭୟ ପାର୍ଶ୍ୱ କ୍ରିସ୍‌ପି ଓ ଗୋଲ୍ଡେନ୍‌ ବ୍ରାଉନ୍‌ ହେବା ଯାଏ କୁଲ୍‌ଚାକୁ ଗ୍ରିଲ୍‌ କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ‘ମଟର କୁଲ୍‌ଚା’। ଏହାକୁ ଧନିଆ ଓ ପୁଦିନା ଚଟଣି ସହିତ ପରଷନ୍ତୁ। ଆପଣ ଏହାକୁ ଟମାଟୋ ସସ୍ ସହିତ ବି ପରଷି ପାରିବେ।



from Odisha Reporter https://ift.tt/36JUk4H

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages