ସମାଧାନ ହେବ ବିଜେପି-ଶିବସେନା ବିବାଦ! ନାଗପୁରରେ ଗଡ଼କରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 6, 2019

ସମାଧାନ ହେବ ବିଜେପି-ଶିବସେନା ବିବାଦ! ନାଗପୁରରେ ଗଡ଼କରୀ

ନୂଆଦିଲ୍ଲୀ/ମୁମ୍ୱାଇ: ଆସନ୍ତାକାଲି ଶେଷ ହେଉଛି ମହାରାଷ୍ଟ୍ର ବିଧାନସଭା କାର୍ଯ୍ୟକାଳ। ଏହା ପୂର୍ବରୁ ବିଜେପି-ଶିବସେନା ମଧ୍ୟରେ ଥିବା ବିବାଦର ସମାଧାନ ପାଇଁ ଆରମ୍ଭ ହୋଇଛି ସମସ୍ତ ପ୍ରସ୍ତୁତି। କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ଏବେ ତାଙ୍କର ସମସ୍ତ ସରକାରୀ କାର୍ଯ୍ୟକ୍ରମ ବାତିଲ କରି ନାଗପୁର ଆସିଛନ୍ତି। ସେ ଆରଏସଏଏସ ମୁଖ୍ୟ ମୋହନ ଭାଗବତଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଶିବସେନା ପ୍ରମୁଖ ଉଦ୍ଧବ ଠାକରେଙ୍କ ସହ ଗଡ଼କରୀଙ୍କ ଭଲ ସମ୍ପର୍କ ରହିଥିବାରୁ ଏବେ ଦୁଇ ଦଳର ସମାଧାନ ପାଇଁ ଗଡ଼କରୀ ହିଁ ଏକମାତ୍ର ବିକଳ୍ପ ବୋଲି ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଶିବସେନାର ଅନେକ ଦାବିକୁ ଖାରଜ କରିଥିବାରୁ ଶିବସେନା ଏ ନେଇ ଅସନ୍ତୋଷ ପ୍ରକାଶ କରିସାରିଛି। ଅନ୍ୟପଟେ ଗଡ଼କରୀ ନାଗପୁର ସାଂସଦ ସହିତ ମହାରାଷ୍ଟ୍ର ପୂର୍ବତନ ମନ୍ତ୍ରୀ। ରାଜ୍ୟର ଜଣେ ବରିଷ୍ଠ ନେତା ଭାବେ ଶିବସେନା ମଧ୍ୟ ଅନେକ ପ୍ରସଙ୍ଗରେ ଗଡ଼କରୀଙ୍କ କଥାକୁ ସମ୍ମାନ ଦେଇଥାଏ। ତେଣୁ ସମାଧାନ ପାଇଁ ଗଡ଼କରୀ ହିଁ ଏକମାତ୍ର ଭରସା ବୋଲି ଆରଏସଏଏସ ବିଚାର କରିଛି ବୋଲି ଜଣାପଡ଼ିଛି।

ଗତ ସପ୍ତାହରେ ମଧ୍ୟ ଶିବସେନା ନେତା ତଥା ଗଡ଼କରୀଙ୍କ ନିକଟତମ ବ୍ୟକ୍ତି କିଶୋ ତିଓ୍ୱାରୀ ମଧ୍ୟ ଦୁଇ ଦଳର ସମାଧାନ ପାଇଁ ଆରଏସଏଏସକୁ ଚିଠି ଲେଖିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ମଧ୍ୟ ଆରଏସଏସ ପ୍ରମୁଖଙ୍କୁ ସାକ୍ଷାତ କରିଥିଲେ।

ମହାରାଷ୍ଟ୍ର ବିଧାନସଭାର ୨୮୮ଟି ଆସନରୁ ବିଜେପି ୧୦୫ଟି, ଶିବସେନା ୫୬, କଂଗ୍ରେସ ୪୪, ଏନସିପି ୫୪ ଓ ଅନ୍ୟାନ୍ୟ ଦଳ ୨୯ଟି ଆସନରେ ଜିତିଛନ୍ତି। ସରକାର ଗଢ଼ିବା ପାଇଁ ମ୍ୟାଜିକ ନମ୍ୱର ୧୪୫ ରହିଛି। କଂଗ୍ରେସ ଓ ଏନସିପି ମିଶି ୯୮ ଆସନ ଜିତିଛନ୍ତି।



from Odisha Reporter https://ift.tt/33nx3n6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages