ଦେଶର ଅଭିବୃଦ୍ଧି ଲକ୍ଷ୍ୟ ୧୦ ପ୍ରତିଶତ ରହିବା ଉଚିତ୍: ବୈଜୟନ୍ତ ପଣ୍ଡା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 4, 2019

ଦେଶର ଅଭିବୃଦ୍ଧି ଲକ୍ଷ୍ୟ ୧୦ ପ୍ରତିଶତ ରହିବା ଉଚିତ୍: ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଶର ଅଭିବୃଦ୍ଧି ହାର ୫ ପ୍ରତିଶତ ରହିଛି। ଏହା ସ୍ଥାୟୀ ନୁହେଁ। ଆଗାମୀ ଦିନରେ ଦେଶର ଅଭିବୃଦ୍ଧି ହାର ବଢ଼ିବ। ଦେଶ ଏବେ କିଭଳି ୧୦ ପ୍ରତିଶତ ଅଭିବୃଦ୍ଧି ହାରକୁ ଛୁଇଁବା ନେଇ ଉଚ୍ଚାଭିଳାଷ ରଖିବା ଉଚିତ। ଯାହାକି ତିନି ଦଶକ ତଳେ ଚୀନ ଅଭିବୃଦ୍ଧି ହାର ଛୁଇଁ ସଫଳ ହୋଇଛି। କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଏହା କହିଛନ୍ତି।

ଦେଶର ଅଭିବୃଦ୍ଧି ହାର କମିଯାଇଛି। ଚଳିତ ବର୍ଷ ଏପ୍ରିଲ-ଜୁନରେ ଦେଶର ଅଭିବୃଦ୍ଧି ହାର ୫ ପ୍ରତିଶତକୁ କମିଯାଇଛି। ଯାହାକି ବର୍ଷକ ତଳେ ୮ ପ୍ରତିଶତ ଥିଲା। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆଗାମୀ ଦିନରେ ଦେଶର ଅର୍ଥନୀତିରେ ସକାରାତ୍ମକ ଆସିବ ବୋଲି ବୈଜୟନ୍ତ ପଣ୍ଡା ଆମେରିକାର କଲମ୍ୱିଆ ବିଶ୍ୱବିଦ୍ୟାଳୟରେ ଭାରତୀୟ ଅର୍ଥନୀତି ସମ୍ମିଳନୀରେ ଯୋଗ ଦେଇ ଏହା କହିଛନ୍ତି।

ସରକାର ଏବେ ୮ ପ୍ରତିଶତ ଅଭିବୃଦ୍ଧି ହାରକୁ ଫେରିବାକୁ ଚାହୁଁଛନ୍ତି। ଏଥିପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ। ହେଲେ ତାଙ୍କର ଇଚ୍ଛା ଦେଶ ୧୦ ପ୍ରତିଶତ ଅଭିବୃଦ୍ଧି ହାରକୁ ଟାର୍ଗେଟ କରି ଆଗକୁ ବଢ଼ିବା ଉଚିତ୍। ଚୀନ ଅର୍ଥନୀତିର ଉଦାହରଣ ଦେବାକୁ ଯାଇ ବୈଜୟନ୍ତ କହିଛନ୍ତି, ତିନି ଦଶକ ତଳେ ଚୀନ ମଧ୍ୟ ୧୦ ପ୍ରତିଶତ ଅଭିବୃଦ୍ଧି ହାରରେ ପହଞ୍ଚିଥିଲା। ଯାହାକୀ ଦୀର୍ଘମିଆଦି ମଧ୍ୟ ଥିଲା।

୨୦୨୪ ସୁଦ୍ଧା ଦେଶ ୫ ଲକ୍ଷ କୋଟି ଅର୍ଥନୀତି କ୍ଲବରେ ପହଞ୍ଚିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିଶ୍ୱବ୍ୟାଙ୍କ ମଧ୍ୟ ନିକଟରେ ଆକଳନ କରିଛି ଯେ, ଭାରତର ଅଭିବୃଦ୍ଧି ଆଗାମୀ ଦିନରେ ବୃଦ୍ଧି ହେବ। ଦେଶ ୨୦୨୪ ସୁଦ୍ଧା ୪.୭ ଲକ୍ଷ କୋଟିରେ ପହଞ୍ଚିବ। ଯାହାକି ୫ ଲକ୍ଷ କୋଟିର ନିକଟତର ବୋଲି ସେ କହିଛନ୍ତି।

ଗତ ଶୁକ୍ରବାର କଲମ୍ୱିଆରେ ଆୟୋଜିତ ହୋଇଥିଲା ଏହି ସମ୍ମିଳନୀ। ବୈଜୟନ୍ତଙ୍କ ସହିତ ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପାନାଗାରିଆ ଏବଂ ପ୍ରତିଷ୍ଠିତ ଅର୍ଥନୀତି ପ୍ରଫେସର ଜଗଦୀଶ ଭଗବତୀ ଓ ଅନ୍ୟମାନେ ଯୋଗ ଦେଇଥିଲେ।



from Odisha Reporter https://ift.tt/2CcvWLg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages