ରାଜ୍ୟପାଳ ପଦବୀର ଆବଶ୍ୟକତାକୁ ନେଇ ପ୍ରଶ୍ନ ଉଠାଇଲା ଟିଏମସି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 27, 2019

ରାଜ୍ୟପାଳ ପଦବୀର ଆବଶ୍ୟକତାକୁ ନେଇ ପ୍ରଶ୍ନ ଉଠାଇଲା ଟିଏମସି

କୋଲକାତା: ପଶ୍ଚିମବଙ୍ଗରେ ଚରମ ସୀମାରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ କଳି। ସାମ୍ବିଧାନ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟର ଏହି ଦୁଇ ପଦବୀ ମୁହାଁମୁହିଁ ହୋଇଛନ୍ତି। ଦେଶର ସମ୍ୱିଧାନ ୭୦ ବର୍ଷରେ ପଦାର୍ପଣ କରିଛି। ଗୋଟିଏ ନିର୍ବାଚିତ ସରକାର ଉପରେ ଅଧିକାର ସାବ୍ୟସ୍ତ କରିବା ପାଇଁ ରାଜ୍ୟପାଳ ଭଳି ପଦବୀର ଆବଶ୍ୟକତାକୁ ନେଇ ପ୍ରଶ୍ନ ଉଠାଇଛି ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ। ରାଜ୍ୟର ଶିକ୍ଷା ମନ୍ତ୍ରୀ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ପାର୍ଥ ଚାଟାର୍ଜୀ ରାଜ୍ୟପାଳ ପଦବୀର ଆବଶ୍ୟକତାକୁ ନେଇ ଚିନ୍ତା କରିବାର ଆବଶ୍ୟକତା ରହିଛି ବୋଲି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି।

ଗତ ୨୬ ତାରିଖରେ ଦେଶର ସମ୍ୱିଧାନ ପ୍ରତିଷ୍ଠା ଦିବସ ଥିଲା। ଏକ ସରକାରୀ କାର୍ଯ୍ୟକ୍ରମରେ ଉଭୟ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ଗୋଟିଏ ମଞ୍ଚରେ ବସିଥିଲେ। ରାଜ୍ୟପାଳ ଜଗଦୀପ ଅଭିଭାଷଣ ଦେବା ଅବସରରେ ମମତା ସରକାରଙ୍କ ଦ୍ୱାରା କିଭଳି ରାଜ୍ୟପାଳ ପଦବୀକୁ ଅସମ୍ମାନ କରାଯାଉଛି ସେ ନେଇ କଡ଼ା ଟିପ୍ପଣୀ କରିଥିଲେ। ଏମିତିକି ସମ୍ବିଧାନ ପ୍ରତିଷ୍ଠା ଦିବସ ଅବସରରେ ଉଭୟ ପରସ୍ପରକୁ ଅଭିବାଦନ ଜଣାଇନଥିଲେ କି ଶୁଭେଚ୍ଛା ଜଣାଇନଥିଲେ। ହେଲେ ମମତା ସରକାରଙ୍କ ଅନ୍ୟାନ୍ୟ ମନ୍ତ୍ରୀମାନେ ରାଜ୍ୟପାଳଙ୍କୁ ଅଭିବାଦନ ଜଣାଇଥିଲେ।

ଏହାପରେ ମମତା ବାନାର୍ଜୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ବେଳେ ସେ କଥା ହୁଅନ୍ତି ଏବଂ ହସିଥାନ୍ତି। ହେଲେ ଏଭଳି ନୁହେଁ କହି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କହିଥିଲେ ମମତା।

ଜବାବରେ ରାଜ୍ୟପାଳ ଧନଖର ଟୁଇଟ୍ କରି କହିଥିଲେ, ଶିଷ୍ଟାଚାର ସହିତ ମୁଁ କେବେ ବୁଝାମଣା କରିବି ନାହିଁ। ଅନେକ ମୁଖ୍ୟମନ୍ତ୍ରୀ ରହିଛନ୍ତି, ଯେଉଁମାନଙ୍କ ସହିତ ମୋର ବ୍ୟକ୍ତିଗତ ସମ୍ପର୍କ ରହିଛି। ସେମାନେ କେବେ ଏଭଳି କିଛି ପଦକ୍ଷେପ ନେଇନାହାନ୍ତି ଯାହାକି, ଅସମ୍ମାନ କରିବ। ଏହାପରେ ମମତାଙ୍କ ଉଦ୍ଦେଶ୍ୟରେ ମଧ୍ୟ ରାଜ୍ୟପାଳ କହିଛନ୍ତି, ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ବେଳେ ମମତା ତାଙ୍କୁ ସୌଜନ୍ୟତା ଦେଖାଇ ନାହାନ୍ତି। ଏହାପରେ ମୋ ପାଖରୁ ସୌଜନ୍ୟତା ଆଶା ରଖିବା ତାଙ୍କୁ ଆଶ୍ଟର୍ଯ୍ୟ କରିଛି ବୋଲି ରାଜ୍ୟପାଳ କହିଛନ୍ତି।

ଏହାପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଦେଶର ସମ୍ବିଧାନ ୭୦ ବର୍ଷରେ ପଦାର୍ପଣ କରିଛି। ଗୋଟିଏ ନିର୍ବାଚିତ ସରକାର ଉପରେ ଜଣେ ମନୋନୀତ ପଦବୀ କ୍ଷମତା ଜାହିର କରିବା ବାବଦରେ ଚିନ୍ତା କରିବାର ଆବଶ୍ୟକତା ରହିଛି।

ଗତ ୩ ବର୍ଷ ହେବ ରାଜଭବନର ଖର୍ଚ୍ଚ ପୂର୍ବ ଅପେକ୍ଷା ୩ ଗୁଣା ବୃଦ୍ଧି ପାଇଛି। କେନ୍ଦ୍ରର ଏନଡିଏ ସରକାର ସମ୍ୱିଧାନର ସଂଘୀୟ ଢ଼ାଞ୍ଚାକୁ ଉଲ୍ଲଂଘନ କରିଛନ୍ତି ବୋଲି ସେ କହିଛନ୍ତି।



from Odisha Reporter https://ift.tt/2DoHrj7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages