ନୂଆଦିଲ୍ଲୀ: କର୍ଣ୍ଣାଟକରେ ଅଯୋଗ୍ୟ ଘୋଷିତ ହୋଇଥିବା ଜନତା ଦଳ ସେକ୍ୟୁଲାର (ଜେଡିଏସ) ଏବଂ କଂଗ୍ରେସର ୧୭ ବିଧାୟକ ଉପନିର୍ବାଚନ ଲଢ଼ିପାରିବେ। ଆଜି ସୁପ୍ରିମକୋର୍ଟ ଏ ନେଇ ଅନୁମତି ଦେଇଛନ୍ତି। ଜଣଙ୍କୁ ଦୀର୍ଘ ବର୍ଷ ପାଇଁ ଅଯୋଗ୍ୟ ଘୋଷଣା କରିବା ଠିକ୍ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। କିନ୍ତୁ, କର୍ଣ୍ଣାଟକର ପୂର୍ବତନ ବାଚସ୍ପତି କେ ଆର ରମେଶ କୁମାର ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ନିଷ୍ପତ୍ତିକୁ ଠିକ୍ ବୋଲି କହିଛନ୍ତି ଦେଶର ସର୍ବୋଚ୍ଚ କୋର୍ଟ।
ଜଷ୍ଚିସ୍ ଏନବି ରମନ୍ନାଙ୍କ ନେତୃତ୍ୱରେ ଗଠିତ ୩ ଜଣିଆ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରିଛନ୍ତି। ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ୍ କୃଷ୍ଣା ମୁରାରୀ ମଧ୍ୟ ଏହି ଖଣ୍ଡପୀଠରେ ସାମିଲ୍ ଅଛନ୍ତି। ୧୭ ଅଯୋଗ୍ୟ ଘୋଷିତ ବିଧାୟକ ମାମଲାରେ ସୁପ୍ରିମକୋର୍ଟ ଅକ୍ଚୋବର ୨୫ରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ।
ଜୁଲାଇରେ ଏହି ୧୭ ବିଧାୟକ ନିଜ ନିଜ ଦଳରୁ ଇସ୍ତଫା ଦେବା କୁମାରସ୍ୱାମୀ ସରକାର ବିଧାନସଭାରେ ବହୁମତ ସାବ୍ୟସ୍ତ କରିପାରିନଥିଲା। ପରେ ବି.ଏସ ୟେଦ୍ୟୁରପ୍ପାଙ୍କ ନେତୃତ୍ୱରେ ବିଜେପି କ୍ଷମତାକୁ ଆସିଥିଲା।
୧୭ ବିଧାୟକ ଅଯୋଗ୍ୟ ଘୋଷିତ ହେବା ପରେ ଏବେ ଆସନ୍ତା ଡିସେମ୍ୱର ୫ରେ ୧୫ଟି ଆସନରେ ଉପନିର୍ବାଚନ ହେବାକୁ ଯାଉଛି। ୧୮ ନଭେମ୍ୱର ନାମାଙ୍କନ ଦାଖଲର ଅନ୍ତିମ ତାରିଖ ରହିଛି।
from Odisha Reporter https://ift.tt/32JajwN
No comments:
Post a Comment