ଅଫିସରେ ଅଳିଆ ଫିଙ୍ଗି ପ୍ରତିବାଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 12, 2019

ଅଫିସରେ ଅଳିଆ ଫିଙ୍ଗି ପ୍ରତିବାଦ

ବାରିପଦା(ମାଣିକ ଲାଲ ପାଣି): ସଫେଇ କର୍ମଚାରୀଙ୍କ ଅଭିନବ ପ୍ରତିବାଦ। ଦରମା ନ ମିଳିବାରୁ  ଅଫିସ ପରିସରରେ ଅଳିଆ ଫିଙ୍ଗି ଜଣାଇଲେ ପ୍ରତିବାଦ । ଏପରି ପ୍ରତିବାଦ ଦେଖିବାକୁ ମିଳିଛି ବାରିପଦା ପୌରପାଳିକା କାର୍ଯ୍ୟାଳୟ ପରିସରରେ।

ବାରିପଦା ପୌରପାଳିକାର ସଫେଇ କର୍ମଚାରୀମାନେ ଆଜି ସକାଳେ ପୂରା ସହରରୁ ଗୋଟାଇ  ଆଣିଥିବା  ଅଳିଆକୁ  ଡମ୍ପିୟାର୍ଡରେ ଫୋଫାଡ଼ି  ନ ଥିଲେ।  ଏହାକୁ ଆଣି  ପୌରପାଳିକା କାର୍ଯ୍ୟାଳୟ ଭିତରେ  ଗଦା କରିଥିଲେ। ମାସ ମାସ ଧରି ଦରମା ମିଳୁ ନ ଥିବାରୁ  ଅଫିସ ଭିତରେ  ଅଳିଆ ଫୋପାଡ଼ି ଏପରି  ଆନ୍ଦୋଳନ କରିଛନ୍ତି କର୍ମଚାରୀମାନେ ।  ଏନେଇ ପୌରପାଳିକା କର୍ତ୍ତୃପକ୍ଷଙ୍କ  ପ୍ରତିକ୍ରିୟା ମିଳି ପାରିନାହିଁ।

ଜଣେ ସଫେଇ କର୍ମଚାରୀ କହିଛନ୍ତି,“ ଆମକୁ ଗତ ମାସର  ଦରମା  ମିଳିନାହିଁ। ଦେବୁ ଦେବୁ କହି  ଆମ ସହ ଖେଳୁଛନ୍ତି। ଚଳିବାକୁ ହଇରାଣ ହୋଇ ଯାଉଛୁ। ସେଥିପାଇଁ ଆମେ ଆନ୍ଦୋଳନ କରିଛୁ।”



from Odisha Reporter https://ift.tt/2qPGihq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages