ଅହମଦାବାଦ: ଆମେଠି ସାଂସଦ ତଥା କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଶୁକ୍ରବାର ଏକ କାର୍ଯ୍ୟକ୍ରମରେ ଖଣ୍ଡା ବୁଲାଇଛନ୍ତି। ଗୁଜରାଟର ଭାବନଗରରେ ସ୍ୱାମୀନାରାୟଣପୁର ଗୁରୁକୁଳ ମୂର୍ତ୍ତି ସ୍ଥାପନ ମହୋତ୍ସବରେ ଯୋଗ ଦେଇ ଛୋଟ ଛୁଆଙ୍କ ସହ କେନ୍ଦ୍ରମନ୍ତ୍ରୀ ଦୁଇ ହାତରେ ଖଣ୍ଡା ବୁଲାଉଥିବା ଦେଖିବାକୁ ମିଳିଛି। ଏହି ଅବସରରେ ସ୍ମୃତି ଇରାନୀ ଛୋଟ ଛୁଆଙ୍କ ସହିତ ପାରମ୍ପରିକ ନୃତ୍ୟୁ କରୁଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି।
#WATCH Gujarat: Union Minister Smriti Irani performs ‘talwar raas’, a traditional dance form using swords, at a cultural programme in Bhavnagar. (15.11.19) pic.twitter.com/xBgZyDHG45
— ANI (@ANI) November 15, 2019
ସୂଚନାଯୋଗ୍ୟ, ଭାବନଗରରେ ଥିବା ସ୍ୱାମୀନାରାୟଣ ଗୁରୁକୁଳ ମୂର୍ତ୍ତି ସ୍ଥାପନ ମହୋତ୍ସବରେ ଛୋଟ ପିଲାମାନେ ନୃତ୍ୟୁ ପରିବେଶଣ କରୁଥିଲେ। ଏହି ଅବସରରେ ସ୍ମୃତି ଇରାନୀଙ୍କୁ ଯୋଗ ଦେବା ପାଇଁ ସେମାନେ ଅନୁରୋଧ କରିଥିଲେ। ଛୋଟ ଛୁଆଙ୍କ ଅନୁରୋଧ ରକ୍ଷା କରି ଏହାପରେ ସ୍ମୃତି ଇରାନୀ ମଞ୍ଚକୁ ଯାଇ ଖଣ୍ଡା ବୁଲାଇବା ସହିତ ନୃତ୍ୟୁ ପରିବେଷଣ କରିଥିଲେ। ଦୁଇ ହାତରେ ଖଣ୍ଡା ବୁଲାଇବାକୁ ‘ଖଣ୍ଡା ରାସ’ ବୋଲି କୁହାଯାଏ। ଗୁଜରାଟ ଏବଂ ରାଜସ୍ଥାନରେ ଏହା ଏକ ଲୋକପ୍ରିୟ ନୃତ୍ୟ।
from Odisha Reporter https://ift.tt/2CQ363z
No comments:
Post a Comment