ମଶାଣିରୁ ଡାକ୍ତରଖାନା, ସେଠାରୁ ମଶାଣି ଫେରିଲେ ଦୁଃଖୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 17, 2019

ମଶାଣିରୁ ଡାକ୍ତରଖାନା, ସେଠାରୁ ମଶାଣି ଫେରିଲେ ଦୁଃଖୀ

ଛତ୍ରପୁର(ଆଲୋକ ଗୌଡ): ଆଖି ବୁଜି ସାରିଥିବା ଭାବି ଜଣେ ମହିଳାଙ୍କୁ ମଶାଣିକୁ ନେଇଯାଇଥିଲେ ମାଲ ଭାଇ। ପରିବାର ଲୋକଙ୍କ କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା ଦାଣ୍ଡ ଅଗଣା। ଜୁଇ ବି ସଜଡ଼ା ସରିଥିଲା।  ହେଲେ ମୃତଦେହକୁ ଜୁଇ କି ନେବା ବେଳେ ଅଚାନକ ଭାବେ ମହିଳାଜଣକ ବଞ୍ଚିଥିବା ଜାଣିପାରିଥିଲେ ମାଲ ଭାଇ। ତୁରନ୍ତ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା  କରିଥିଲେ। ଏହାପରେ ତାଙ୍କ ଶବ ସତ୍କାର ରୀତିନୀତି ଅନୁଯାୟୀ କରିବାକୁ ଚାଲିଛି ପ୍ରସ୍ତୁତି । ଏପରି କିଛି ଘଟଣା ଏବେ ଗଞ୍ଜାମ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ପୋଲସରା ବ୍ଲକ କଣିଆପଲି ଗାଁର ଦୁଃଖୀ ବେହେରା(୪୫)ଙ୍କ ପରିବାର କହିଲେ ତାଙ୍କ ୩ ଭଉଣୀ। ସେମାନେ ସମସ୍ତେ ଅବିବାହିତ ଥିବା ବେଳେ ସରକାରଙ୍କ ତରଫରୁ ମିଳୁଥିବା ୩୫ କେଜି ଚାଉଳ ଓ ୫୦୦ ଟଙ୍କା  ହିଁ ସେମାନଙ୍କ ବଞ୍ଚିବାର ଆଶ୍ରା ଥିଲା। ଅନ୍ୟ କିଛି ରୋଜଗାର ନ ଥିବାରୁ ସେମାନେ ଅଧିକାଂଶ ସମୟ ଖାଇବାକୁ ନ ପାଇ ଅନାହାରରେ ରହୁଥିବା ଗାଁ ଲୋକେ କହିଥିଲେ।

ଦୀର୍ଘ ଦିନ ହେଲା ଶଯ୍ୟାଶାୟୀ ହୋଇ ପଡ଼ିଥିବା ଦୁଃଖୀ ଆଜି ଭୋର ପ୍ରାୟ ୪ଟା ବେଳେ ଆଖି ବୁଜିଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ। ଏହାପରେ ଶବ ସତ୍କାର କରିବାକୁ ପଡ଼ୋଶୀ ଶ୍ମଶାନକୁ ନେଇଥିଲେ ।  ଜୁଇ ସଜଡ଼ା ସରିଥିଲା।  ହେଲେ ଦୁଃଖୀଙ୍କୁ ଜୁଇକୁ ଉଠାଉଥିବା  ବେଳେ ନାଡ଼ି ଦେଖି ସେ ବଞ୍ଚିଥିବା  ଅନୁମାନ କରିଥିଲେ ସାଙ୍ଗରେ ଆସିଥିବା ମାଲ ଭାଇ ।  ଏହାପରେ ତୁରନ୍ତ ଆମ୍ବୁଲାନ୍ସରେ ତାଙ୍କୁ ନିକଟସ୍ଥ ହସ୍ପିଟାଲ୍‌କୁ ନିଆଯାଇଥିଲା। ସେଠାରେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ଫଳରେ ସେଠାରୁ ତାଙ୍କୁ ପୁଣି ମଶାଣିକୁ ଫେରାଇ ନିଆଯାଇଥିଲା।



from Odisha Reporter https://ift.tt/33V6Yw5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages