ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁନ୍ଦର ଦେଖାଯିବା ପାଇଁ ପ୍ରତ୍ୟେକ ମହିଳା ବଜାରରେ ମିଳୁଥିବା ଆଇଲାସେସ୍କୁ ଆଖିରେ ଲଗାଇଥା’ନ୍ତି। ଆଖିର କେଶକୁ ଘନ କରିବା ପାଇଁ ଏହି ଲାସେସ୍ ବ୍ୟବହାର କରାଯାଇଥାଏ। ତେବେ ଆପଣ କିଛି ଘରୋଇ ଉପାୟରେ ମଧ୍ୟ ଆଇଲାସେସ୍କୁ ଘନ କରିପାରିବେ। ଆସନ୍ତୁ ଜାଣିବା ସେହି ଉପାୟଗୁଡ଼ିକ ବିଷୟରେ।
୧. ଦୈନନ୍ଦିନ ଡାଏଟ୍ରେ ଭିଟାମିନ୍-ଇ ସପ୍ଲିମେଣ୍ଟକୁ ସାମିଲ କରନ୍ତୁ। ଏଥିପାଇଁ ଭିଟାମିନ୍-ଇ କ୍ୟାପସୁଲ୍ ମଧ୍ୟ ନେଇପାରିବେ। ଏହି କ୍ୟାପସୁଲ୍ ଆଖିର କେଶ ବୃଦ୍ଧି କରିବା ପାଇଁ ସାହାଯ୍ୟ କରିଥାଏ।
୨. ରାତିରେ ଶୋଇବା ପୂର୍ବରୁ ଆଖି ପତାରେ ନଡ଼ିଆ ତେଲ, କାଷ୍ଟର ଅଏଲ୍ କିମ୍ୱା ଅଲିଭ୍ ଅଏଲ୍ ଲଗାଇ ଶୁଅନ୍ତୁ। ଏହାପରେ ଆଖିର କେଶ ବୃଦ୍ଧି ପାଉଥିବା ଆପଣ ଅନୁଭବ କରିବେ।
୩. ଗ୍ରୀନ୍ ଟି କେବଳ ଶରୀରକୁ ଅକ୍ସିଡାଇଜ୍ କରିବାର କାର୍ଯ୍ୟ କରି ନଥାଏ, ଆଇଲାସେସ୍କୁ ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏଥିପାଇଁ ଗ୍ରୀନ୍ ଟି ବ୍ୟାଗ୍କୁ ୧୫ ମିନିଟ୍ ପର୍ଯ୍ୟନ୍ତ ପାଣିରେ ବତୁରାନ୍ତୁ। ତା’ପରେ ଏହାର ପାଣିକୁ ହାଲ୍କା ଭାବରେ ଆଖିର କେଶକରେ ଲଗାଇ ମାଲିସ କରନ୍ତୁ କିମ୍ୱା ୩୦ ମିନିଟ୍ ପର୍ଯ୍ୟନ୍ତ ଗ୍ରୀନ୍ ଟି ବ୍ୟାଗ୍କୁ ଆଖି ଉପରେ ରଖନ୍ତୁ।
୪. ପୁରୁଣା ମସ୍କରା ବ୍ରସ୍ରେ ପେଟ୍ରୋଲିୟମ୍ ଜେଲିକୁ ଆଖିର କେଶରେ ଲଗାନ୍ତୁ। ଏହିପରି ପ୍ରତ୍ୟେକ ଦିନ ରାତିରେ ଶୋଇବା ପୂର୍ବରୁ କରନ୍ତୁ। ଦେଖିବେ ଆଖିର କେଶ ବୃଦ୍ଧି ପାଇବ।
from Odisha Reporter https://ift.tt/2Du6Esl
No comments:
Post a Comment