ପାରାଦୀପ (ରମାକାନ୍ତ ନାୟକ): ନୌସେନା ସପ୍ତାହ ଅବସରରେ ଦୁଇଟି ଯୁଦ୍ଧ ଜାହାଜ ‘ଆଇଏନ୍ଏସ୍ ଘରିଆଲ’ ଓ ‘ଆଇଏନ୍ଏସ୍ ରାଣା’ ପାରାଦୀପ ବନ୍ଦରରେ ଲାଗିଛି। ଗତକାଲି ରାତିରେ ‘ଆଇଏନ୍ଏସ୍ ଘରିଆଲ’ ଯୁଦ୍ଧ ଜାହାଜ ପାରାଦୀପ ବନ୍ଦରରେ ଲାଗିଥିବା ବେଳେ ଆଜି ସକାଳେ ‘ଆଇଏନ୍ଏସ୍ ରାଣା’ ଯୁଦ୍ଧ ଜାହାଜ ଲାଗିଛି। ଆଜି ଓ ଆସନ୍ତାକାଲି ଦୁଇ ଦିନ ପାଇଁ ଏହି ୨ଟି ଯୁଦ୍ଧ ଜାହାଜ ପାରାଦୀପରେ ରହିବ।
ଛାତ୍ରଛାତ୍ରୀ ଓ ସାଧାରଣ ଲୋକେ ମାଗଣାରେ ବୁଲି ଏହି ଯୁଦ୍ଧ ଜାହାଜ ଦେଖିପାରିବେ। ଯୁଦ୍ଧ ଜାହାଜ ଦେଖିବା ପାଇଁ ଆସୁଥିବା ବ୍ୟକ୍ତି ସାଙ୍ଗରେ ନିଜର ପରିଚୟ ପତ୍ର ଆଣି ପାରାଦୀପ ଜୟଦେବ ସଦନ ନିକଟରେ ପହଞ୍ଚିବେ। ସେଠାରୁ ବସ୍ ଯୋଗେ ବନ୍ଦରର ୪ ନମ୍ବର ଫାଟକ ଦେଇ ସେମାନଙ୍କୁ ଜାହାଜ ନିକଟକୁ ନିଆଯିବ ବୋଲି ସୂଚନା ଦିଆଯାଇଛି।
ଦେଶର ଜଳସୀମାରେ ନୌସେନା କିପରି ଶତ୍ରୁପକ୍ଷର ମୁକାବିଲା କରି ଦେଶକୁ ସୁରକ୍ଷା ଦିଏ, ସେ ସମ୍ପର୍କରେ ଲୋକେ ଅଧିକ ଜାଣିବାର ସୁଯୋଗ ପାଇପାରିବେ।
ସୂଚନାଯୋଗ୍ୟ, ୧୯୭୧ ମସିହାରେ ‘ଅପରେସନ୍ ଟ୍ରାଇଡେଣ୍ଟ’ର ସଫଳତାକୁ ମନେ ପକାଇବା ପାଇଁ ପ୍ରତିବର୍ଷ ଡିସେମ୍ବର ୪ ତାରିଖରେ ନୌସେନା ଦିବସ ପାଳନ କରାଯାଉଛି।
from Odisha Reporter https://ift.tt/2DaeJCH
No comments:
Post a Comment