ଏକୁଟିଆ ପଡ଼ିଗଲେ ଅଜିତ ପାଓ୍ୱାର, ଆସ୍ଥାଭୋଟରେ ହାରିବେ ଫଡ଼ନାଭିସ ସରକାର! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 23, 2019

ଏକୁଟିଆ ପଡ଼ିଗଲେ ଅଜିତ ପାଓ୍ୱାର, ଆସ୍ଥାଭୋଟରେ ହାରିବେ ଫଡ଼ନାଭିସ ସରକାର!

ମୁମ୍ୱାଇ: ମହାରାଷ୍ଟ୍ରରେ ବିଜେପି ଏନସିପି ବିଧାୟକ ଅଜିତ ପାଓ୍ୱାରଙ୍କ ସହ ମିଶି ସରକାର ଗଠନ କରିଛି। ଏହାପରେ ସଂଖ୍ୟାବଳରେ ବିଜେପିକୁ ହରାଇବା ପାଇଁ ଏକ ହୋଇଛନ୍ତି କଂଗ୍ରେସ, ଶିବସେନା ଏବଂ ଏନସିପିର ଗୋଟିଏ ଗୋଷ୍ଠୀ। କାରଣ ଅଜିତ ପାଓ୍ୱାର ଯେଉଁ ସମର୍ଥନ ଦେଇଛନ୍ତି ତାହା ଏନସିପିର ନୁହେଁ ଏହା ତାଙ୍କର ବ୍ୟକ୍ତିଗତ ସମର୍ଥନ ବୋଲି ଏନସିପି ସୁପ୍ରିମୋ ଶରଦ ପାଓ୍ୱାର କହିଛନ୍ତି।

ଅଜିତ ପାଓ୍ୱାରଙ୍କ ସହ ପ୍ରଥମେ ୩୫ ତାପରେ ୧୨ ବିଧାୟକ ରହିଥିବା ନେଇ ଖବର ଆସିଥିଲା। ପରେ ଏହି ସଂଖ୍ୟା ୩କୁ ଖସି ଆସିଥିବା ସୂଚନା ରହିଛି। ଶରଦ ପାଓ୍ୱାରଙ୍କ ସହ ଦଳର ଅଧିକାଂଶ ବିଧାୟକ ରହିଛନ୍ତି। ସେହିପରି ଅଜିତ ପାଓ୍ୱାରଙ୍କୁ ବିଧାୟକ ଦଳ ନେତା ପଦବୀରୁ ହଟାଇ ଦେଇଛି ଏନସିପି।

ଏବେ ଶରଦଙ୍କ ସହିତ ବିଜେପି ଆଲୋଚନା କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ଆଜି ବିଜେପି ସାଂସଦ ସଞ୍ଜୟ କାକଡେ ଶରଦଙ୍କୁ ଭେଟିଥିଲେ। ହେଲେ ଏହି ଭେଟଘାଟକୁ ବ୍ୟକ୍ତିଗତ କହିଥିଲେ।

ଘୋଡ଼ାବେପାର ଆଶାଙ୍କା କରି ଏବେ ଶିବସେନା, ଏନସିପି ଏବଂ କଂଗ୍ରେସ ବିଧାୟକ ମାନେ ବିଭିନ୍ନ ହୋଟେଲରେ ରହିଛନ୍ତି।

ସରକାର ଗଢ଼ିବା ପାଇଁ ଆବଶ୍ୟକ ବିଧାୟକ ସଂଖ୍ୟା ୧୪୫ ରହିଛି। ହେଲେ ଏବେ ଶିବସେନା-ଏନସିପି-କଂଗ୍ରେସ ପାଖରେ ୧୪୪ରୁ ଅଧିକ ବିଧାୟକ ରହିଥିବା କହିଛନ୍ତି।

ସୂଚନାଯୋଗ୍ୟ, ଅଜିତ ପାଓ୍ୱାର ଦଳର ନିଷ୍ପତ୍ତି ବିରୋଧରେ ପଦକ୍ଷେପ ନେଇଥିବାରୁ ଏବେ ଶରଦ ପାଓ୍ୱାର ଏକାକୀ ଦଳର ବିଧାୟକକୁ ଏକ କରିଛନ୍ତି। ଆଗାମୀ ଦିନରେ ବିଜେପିକୁ ବିଧାନସଭାରେ ଆସ୍ଥା ଭୋଟରେ ହରାଇବା ପରେ ଶିବସେନା ଓ କଂଗ୍ରେସ ସହ ମିଶି ସରକାର ଗଢ଼ିବାକୁ ପାଓ୍ୱାର ଚିନ୍ତା କରିଛନ୍ତି। ଯାହାକୁ, ଶିବସେନା ମଧ୍ୟ ସମର୍ଥନ କରିଛି। ହେଲେ ଗତକାଲିର ଘଟଣା ପରେ କଂଗ୍ରେସ ସମର୍ଥନ କରିବ କି ନାହିଁ ତାହା ଏଯାଏଁ ଅସ୍ପଷ୍ଟ ରହିଛି।



from Odisha Reporter https://ift.tt/2D81e6t

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages