ଶାଓମିର ସୁପର୍‌ ସେଲ୍‌: ନୂଆ ଫୋନ୍‌ରେ ବି ଆକର୍ଷଣୀୟ ରିହାତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 11, 2019

ଶାଓମିର ସୁପର୍‌ ସେଲ୍‌: ନୂଆ ଫୋନ୍‌ରେ ବି ଆକର୍ଷଣୀୟ ରିହାତି

ନୂଆଦିଲ୍ଲୀ: ଦୀପାବଳି ପରେ ଶାଓମି ନେଇ ଆସିଛି ଆଉ ଏକ ସୁପର୍‌ ସେଲ୍। ଏଥିରେ କମ୍ପାନୀ ୬ଟି ନୂଆ ଫୋନ୍‌ ଉପରେ ସ୍ପେଶାଲ୍‌ ଡିସ୍‌କାଉଣ୍ଟ୍ ଦେଉଛି। ଏହି ସେଲ୍‌ ନଭେମ୍ବର ୧୧ରୁ ଅର୍ଥାତ୍ ଗତକାଲିଠାରୁ ଆରମ୍ଭ ହୋଇଛି। ଏହା ତିନି ଦିନିଆ ସେଲ୍‌ ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ।

ସୁପର୍‌ ସେଲ୍‌ରେ ଯେଉଁ ଫୋନ୍‌ଗୁଡ଼ିକ ଉପରେ ରିହାତି ମିଳୁଛି, ସେଗୁଡ଼ିକ ମଧ୍ୟରେ ରହିଛି  Redmi Note 7 Pro, Redmi K20, K20 Pro ଓ Poco F1। ସେହିପରି Redmi 7A ଓ Redmi Go ପରି ଏଣ୍ଟ୍ରି ଲେଭଲ୍‌ ସ୍ମାର୍ଟଫୋନ୍‌ ମଧ୍ୟ ଏଥିରେ ସାମିଲ ରହିଛି।

Redmi 7Aକୁ ଏହି ସେଲ୍‌ରେ ଗ୍ରାହକମାନେ ୧୨ଶହ ଟଙ୍କା ରିହାତି ସହ ୫ ହଜାର ୪୯୯ ଟଙ୍କାରେ କିଣି ପାରିବେ। ସେହିପରି Redmi Goକୁ ୧୫ ଶହ ଟଙ୍କା ରିହାତି ସହ ୪ ହଜାର ୪୯୯ ଟଙ୍କାରେ କିଣି ପାରିବେ।

କମ୍ପାନୀର ସବୁଠୁ ଅଧିକ ଚାହିଦା ଥିବା ଫୋନ୍‌ Redmi Note 7 Proକୁ ଗ୍ରାହକମାନେ ୧୧ ହଜାର ୯୯୯ଟଙ୍କାରେ କିଣି ପାରିବେ। Redmi Note 7 Proର ୪ଜିବି ଓ ୬୪ ଜିବି ଭ୍ୟାରିଆଣ୍ଟକୁ ଗ୍ରାହକମାନେ ଏହି ଦାମ୍‌ରେ କିଣି ପାରିବେ। ଏଥିସହ ଏକ୍ସଚେଞ୍ଜ ଅଫର୍‌ରେ ଗ୍ରାହକମାନେ ୭ ହଜାର ୫୦୦ ଟଙ୍କାର ଅତିରିକ୍ତ ରିହାତି ମଧ୍ୟ ପାଇପାରିବେ। Redmi K20କୁ ଗ୍ରାହକମାନେ ୩ ହଜାର ଟଙ୍କାର ରିହାତି ସହ ୧୯ ହଜାର ୯୯୯ ଟଙ୍କାରେ କିଣି ପାରିବେ।

ସବୁଠୁ ଭଲ କଥା ହେଉଛି, ଏହି ସେଲ୍‌ରେ ନୂଆ ଲଞ୍ଚ୍‌ ହୋଇଥିବା  Redmi K20 Pro ମଧ୍ୟ ରହିଛି। କମ୍ପାନୀର ଏହି ଫ୍ଲାଗସିପ୍‌ ଫୋନ୍‌କୁ ଗ୍ରାହକମାନେ ୩ ହଜାର ଟଙ୍କା ରିହାତି ସହ ୨୫ ହଜାର ୯୯୯ ଟଙ୍କାରେ କିଣି ପାରିବେ। ଏଥିସହ କମ୍ପାନୀ ଏହାର ସବ୍‌ବ୍ରାଣ୍ଡ Poco F1ର ବିକ୍ରି ୧୪ ହଜାର ୯୯୯ ଟଙ୍କାରେ କରୁଛି। ଏହି ଫୋନ୍‌ଟି ଭାରତରେ ୧୭ ହଜାର ୯୯୯ ଟଙ୍କାରେ ଲଞ୍ଚ୍‌ ହୋଇଥିଲା।  ଗ୍ରାହକମାନେ ଏହି ଫୋନ୍‌ରେ ଏକ୍ସଚେଞ୍ଜ ଅଫର୍‌ ଓ EMIର ସୁବିଧା ମଧ୍ୟ ନେଇ ପାରିବେ।



from Odisha Reporter https://ift.tt/36TMENr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages