ଡଙ୍ଗା ଭସାଇବା ବେଳେ ଦୁଇ ଜଣ ବୁଡ଼ିଗଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 11, 2019

ଡଙ୍ଗା ଭସାଇବା ବେଳେ ଦୁଇ ଜଣ ବୁଡ଼ିଗଲେ

ରାୟଗଡ଼ା/ଗୁଣୁପୁର (ଓଡ଼ିଶା ରିପୋର୍ଟର): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଡଙ୍ଗା ଭସାଇବା ପାଇଁ ଯାଇ ନଦୀରେ ବୁଡ଼ି ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲାରେ।

ନାଗାବଳୀ ନଦୀର ଝୁଲାପୋଲ ନିକଟରେ ଡଙ୍ଗା ଭସାଇବା ବେଳେ ଗୋଡ଼ ଖସିଯିବାରୁ ନଦୀରେ ବୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାଁ ସୁମନ ବେହେରା। ସେ ୟୁଜିଏମ୍ଆଇଟିର ଛାତ୍ର ଥିଲେ। ତାଙ୍କ ଘର ମୁନିଗୁଡ଼ା ଅଞ୍ଚଳରେ ବୋଲି ଜଣାପଡ଼ିଛି।

ଆଜି ସକାଳେ ସୁମନ ତାଙ୍କର ଦୁଇ ସହଯୋଗୀଙ୍କ ସହ ଡଙ୍ଗା ଭସାଇବାକୁ ନାଗାବଳୀ ନଦୀକୁ ଯାଇଥିଲେ। ଡଙ୍ଗା ଭସାଇବା ବେଳେ ତାଙ୍କ ଗୋଡ଼ ଶିଉଳିରେ ଖସି ଯାଇଥିଲା। ଫଳରେ ସେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ଅଗ୍ନିଶମ କର୍ମଚାରୀମାନେ ପ୍ରାୟ ଦୁଇ ଘଣ୍ଟା ଖୋଜାଖୋଜି କରିବା ପରେ ସୁମନଙ୍କ ମୃତଦେହକୁ ନଦୀରୁ ପାଇଥିଲେ।

ସେହିପରି ଗୁଣୁପୁରର ଗୁମୁଡ଼ାରେ ବଂଶଧାରା ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ଗୁମୁଡ଼ାର ସନ୍ତୋଷ ଜେନା। ସେ ବଡ଼ି ଭୋରରୁ ପରିବାର ଲୋକଙ୍କ ସହ ଡଙ୍ଗା ଭସାଇବାକୁ ଯାଇଥିଲା। ତେବେ ସେଠାରେ ଗାଧୋଇବା ବେଳେ ସେ ବୁଡ଼ି ଯାଇଥିଲେ। ଅଗ୍ନିଶମ କର୍ମଚାରୀମାନେ ତାଙ୍କ ମୃତଦେହକୁ ନଦୀରୁ ଉଦ୍ଧାର କରିଥିଲେ।



from Odisha Reporter https://ift.tt/2X319dp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages