ଯାଜପୁର (ଅଭୟ ପତି): ଯାଜପୁର ଜିଲ୍ଲା ପାଣିକୋଇଲି ଥାନାଠାରୁ ମାତ୍ର ଶହେ ମିଟର ଦୂରରେ ହୋଇଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ନରପଦା ଗାଁର ଜଗନ୍ନାଥ ପଣ୍ଡା, ତଣ୍ଡରା ଗାଁର ସିପୁନ ଦଳେଇ ଓ କୁନା ଦଳେଇ।
ଆଜି ଭୋର ପ୍ରାୟ ସାଢ଼େ ୪ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ସୂଚନା ଅନୁଯାୟୀ, ପାଣିକୋଇଲି ଥାନା ସମ୍ମୁଖ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ ନିମନ୍ତେ ଏକ ଡାଇଭର୍ସନ କରାଯାଇଛି। ଏହି ଡାଇଭର୍ସନ ନିକଟରେ ଭଦ୍ରକ ଆଡ଼ୁ କଟକ ଯାଉଥିବା ଏକ ଆଳୁ ବୋଝେଇ ଟ୍ରକ୍ ସାମ୍ନାକୁ ହଠାତ୍ ଏକ ବାଇକ୍ ଚାଲି ଆସିଥିଲା। ବାଇକ୍ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଟ୍ରକ୍ ରାସ୍ତାର ବାମ କଡ଼କୁ ଚାଲି ଯାଇଥିଲା। ତେବେ ବାଇକ୍ ଚାଳକ ଗାଡ଼ି ଉପରେ ନିୟନ୍ତ୍ରଣ ହରାଇ ଦେଇଥିଲେ ଓ ଟ୍ରକ୍ରେ ଘସି ହୋଇଯାଇଥିଲେ। ଫଳରେ ବାଇକ୍ରେ ବସିଥିବା ସମସ୍ତ ତିନି ଜଣ ରାସ୍ତାରେ ଛିଟିକି ପଡ଼ିଥିଲେ। ପୁଲିସ୍ ସେମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ତେବେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।
ପୁଲିସ୍ର କହିବା ଅନୁଯାୟୀ, ଏହି ଯୁବକମାନେ ପ୍ରଚୁର ମଦ ପିଇଥିଲେ। ନିଜ ଉପରେ ସେମାନଙ୍କ ନିୟନ୍ତ୍ରଣ ନଥିଲା। ପୁଲିସ୍ ଟ୍ରକ୍କୁ ଜବତ କରିବା ସହ ଡ୍ରାଇଭଙ୍କୁ ଅଟକ ରଖିଛି। ତା’ ସହିତ ଘଟଣାର ଅଧିକ ଖୋଳତାଡ଼ କରୁଛି।
from Odisha Reporter https://ift.tt/36UOZHP
No comments:
Post a Comment