ନୂଆଦିଲ୍ଲୀ: ଆସନ୍ତା ୧୮ରୁ ସଂସଦର ଶୀତକାଳିନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ୧୭ ତାରିଖରେ ସର୍ବଦଳୀୟ ବୈଠକ ଡ଼ାକିଛନ୍ତି। ଶୀତକାଳିନ ଅଧିବେଶନ କିଭଳି ସଫଳ ହେବ ଏହି ବୈଠକରେ ଆଲୋଚନା ହେବ। ଏହି ଅବସରରେ ରାଜ୍ୟସଭାରେ କେଉଁ କେଉଁ ପ୍ରସଙ୍ଗ ଉଠିବ ସେ ବାବଦରେ ଆଲୋଚନା ହେବ।
ରାଜ୍ୟସଭା ସଚିବାଳୟର ଜଣେ ବରିଷ୍ଠ ଅଧିକାରୀ ଆଜି କହିଛନ୍ତି, ଆଗାମୀ ସୋମବାର ସଂସଦର ୨୫୦ତମ ଅଧିବେଶନ ବସିବ। ୧୩ ଡିସେମ୍ୱର ଅଧିବେଶନର ଅନ୍ତିମ ଦିବସ ରହିଛି। ୨୬ ନଭେମ୍ୱର ଦେଶର ୭୦ ତମ ସମ୍ୱିଧାନ ପ୍ରତିଷ୍ଠା ଦିବସ ରହିଛି। ଏଥିସହ ମହାତ୍ମାଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ ବାବଦରେ ଏହି ବୈଠକରେ ଆଲୋଚନା ହେବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ସଂସଦର ୨୪୯ତମ ଅଧିବେଶନ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ବିନା କୌଣସି ଅସୁବିଧାରେ ସୁରୁଖୁରରେ ଚାଲିଥିଲା। ଏମିତିକି ବିଳମ୍ୱିତ ରାତି ଯାଏ ଲୋକସଭା ଚାଲିଥିଲା। ତେଣୁ ଏଥିର ମଧ୍ୟ ଶୀତକାଳିନ ଅଧିବେଶନ ସୁରୁଖୁରରେ ଚାଲିବ ବୋଲି ଆଶା କରାଯାଉଛି।
from Odisha Reporter https://ift.tt/34T2yG8
No comments:
Post a Comment